Odisha Bytes
ଲୋକପ୍ରିୟ ରିଅଲିଟି ସୋ’ ‘ବିଗ୍ ବସ୍’ର ଆଗାମୀ ସଂସ୍କରଣ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥର ମଧ୍ୟ ଭାଇଜାନ୍ ସଲମାନ୍ ଖାନ୍ ସୋ’ ଉପସ୍ଥାପନା କରିବେ। ଏଥିପାଇଁ ଭାଇଜାନ୍ ୨୫୦ କୋଟି ଟଙ୍କା ପାରିଶ୍ରମିକ ନେବେ ବୋଲି ଖବର ମିଳିଛି। ସଲମାନ୍ ସପ୍ତାହରେ ଥରେ ଏହାର ଦୁଇଟି ଏପିସୋଡ୍ ପାଇଁ ସୁଟିଂ କରିବେ। ସେଥିଲାଗି ତାଙ୍କୁ ୨୦.୫କୋଟି ଟଙ୍କା ମିଳିବ। ଅର୍ଥାତ୍ ଏପିସୋଡ୍ ପିଛା ସେ ୧୦.୨୫ କୋଟି ଟଙ୍କା ନେବେ। ପୂର୍ବବର୍ଷ ତାଙ୍କ ପାରିଶ୍ରମିକ ଏହାଠାରୁ କମ୍ ଥିଲା। ସେ ସପ୍ତାହ ପିଛା ୧୨-୧୪କୋଟି ଟଙ୍କା ନେଉଥିଲେ। ସୂଚନାଥାଉ କି, ଅକ୍ଟୋବର ମାସରେ ‘ବିଗ୍ ବସ୍ -୧୪’ ପ୍ରସାରିତ ହୋଇପାରେ। ପୂର୍ବବର୍ଷମାନଙ୍କ ଭଳି ଏଥର ମଧ୍ୟ ଏହାର ବିଷୟବସ୍ତୁ ରହିବ। ଏଥିରେ ସେଲିବ୍ରିଟି ପ୍ରତିଯୋଗୀମାନେ ଭାଗ ନେବେ।
Follow Us