Bharti Singh Blessed With Baby Boy: ପୁଣି ଥରେ ଶିଶୁପୁତ୍ରର ମାଆ ହେଲେ ହାସ୍ୟ କଳାକାର ଭାରତୀ ସିଂହ

Advertisment

ପୁଣି ଥରେ ମା’ ହେଲେ କମେଡିଆନ୍ ଭାରତୀ ସିଂହ। ପୂର୍ବରୁ ‌ସେ ଏକ ଶିଶୁପୁତ୍ରର ମାଆ ହୋଇଥିବା ବେଳେ ଏବେ ପୁଣି ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ୪୧ବର୍ଷ ବୟସରେ ଭାରତୀ ଦ୍ୱିତୀୟ ଥର ପାଇଁ ମା’ ହେବା ଖବର ଏବେ ତାଙ୍କ ପ୍ରଶଂସକଙ୍କୁ ଖୁସି କରାଇଛି।

ପୁଣି ଥରେ ମା’ ହେଲେ କମେଡିଆନ୍ ଭାରତୀ ସିଂହ। ପୂର୍ବରୁ ‌ସେ ଏକ ଶିଶୁପୁତ୍ରର ମାଆ ହୋଇଥିବା ବେଳେ ଏବେ ପୁଣି ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ୪୧ବର୍ଷ ବୟସରେ ଭାରତୀ ଦ୍ୱିତୀୟ ଥର ପାଇଁ ମା’ ହେବା ଖବର ଏବେ ତାଙ୍କ ପ୍ରଶଂସକଙ୍କୁ ଖୁସି କରାଇଛି।

Bharti Singh

Bharti Singh Blessed With Baby Boy Photograph: (sambad.in)

ମୁମ୍ବାଇ: ପୁଣି ଥରେ ମା’ ହେଲେ କମେଡିଆନ୍ ଭାରତୀ ସିଂହ। ପୂର୍ବରୁ ‌ସେ ଏକ ଶିଶୁପୁତ୍ରର ମାଆ ହୋଇଥିବା ବେଳେ ଏବେ ପୁଣି ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ୪୧ବର୍ଷ ବୟସରେ ଭାରତୀ ଦ୍ୱିତୀୟ ଥର ପାଇଁ ମା’ ହେବା ଖବର ଏବେ ତାଙ୍କ ପ୍ରଶଂସକଙ୍କୁ ଖୁସି କରାଇଛି। ଆଜି ତାଙ୍କର ପ୍ରସବ ହୋଇଥିବା ବେଳେ ପୁଣି ଥରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଭାରତୀ ସିଂହ ଓ ହର୍ଷ ଲିମ୍ବ‌ାଚିଆ।

ସୁଟିଂ ପାଇଁ ବାହାରୁଥିଲେ ଭାରତୀ

କୁହାଯାଉଛି ଯେ, ଆଜି ସକାଳେ ତାଙ୍କୁ ଲାଫଟର୍ ସେଫ୍ ପାଇଁ ସୁଟିଂ କରିବାର ଥିଲା। କିନ୍ତୁ ତାଙ୍କ ୱାଟର ବ୍ୟାଗ୍ ଫାଟିଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଭାରତୀ ତାଙ୍କ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

୨୦୧୭ରେ ହୋଇଥିଲା ବିବାହ

ଭାରତୀ ଏବଂ ହର୍ଷ ୨୦୧୭ ମସିହାରେ ବିବାହ କରିଥିଲେ। ଏହା ପରେ ୨୦୨୨ରେ ସେ ତାଙ୍କ ପ୍ରଥମ ସନ୍ତାନ ଲକ୍ଷ୍ୟଙ୍କୁ ପ୍ରଥମ ସନ୍ତାନ ଜନ୍ମ ହେବା ପରେ, ଭାରତୀ ଦ୍ୱିତୀୟ ସନ୍ତାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଦ୍ବିତୀୟ ସନ୍ତାନ ତାଙ୍କର ଝିଅ ହେଉ ବୋଲି ଚାହୁଁଥିଲେ ଭାରତୀ, ଯାହା ବିଷୟରେ ସେ ଅନେକ ସୋ’ ଓ ସାକ୍ଷାତକାରରେ କହିଥିଲେ। ହେଲେ ଏଥର ମଧ୍ୟ ତାଙ୍କର ପୁଅ ହୋଇଛି। 

ଗର୍ଭବତୀ ଥିବା ବେଳେ ବି କାମ କରୁଥିଲେ ଭାରତୀ

ଭାରତୀ ତାଙ୍କ ଗର୍ଭାବସ୍ଥାରେ ମଧ୍ୟ କାମ କରିଥିଲେ। ସେ ରୋଷେଇ କମେଡି ସୋ’ ଲାଫଟର ସେଫ୍ ସିଜିନ୍ ୩ର ସୁଟିଂରେ ବ୍ୟସ୍ତ ଥିଲେ, ଯାହାକୁ ସେ ହୋଷ୍ଟ କରନ୍ତି। ସେଟରେ ଭାରତୀ ପ୍ରାୟତଃ ତାଙ୍କ ଆଗାମୀ ଶିଶୁ ବିଷୟରେ କଥା ହେଉଥିଲେ। ଗର୍ଭବତୀ ଥାଇ ବି ସେ ଏତେ ସକ୍ରିୟ ଭାବେ କାମ କରୁଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିଥିଲେ। କୁହାଯାଉଥିଲା ଯେ, ଭାରତୀ ଯମଜ ସନ୍ତାନଙ୍କୁ ଜନ୍ମ ଦେବେ। ଏହି ଚର୍ଚ୍ଚା ମଧ୍ୟରେ ଏବେ ଭାରତୀ ଶିଶୁପୁତ୍ର ମା’ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: Hindu Man Lynched In Bangladesh: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା, ମାରିବା ପରେ ଗଛ‌ରେ ବାନ୍ଧି ଜାଳିଦେଲେ ଦଙ୍ଗାକାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe