ବଦଲାପୁର ମହୋତ୍ସବରେ ଭୋଜପୁରୀ ସୁପରଷ୍ଟାର ଅକ୍ଷରା ସିଂହଙ୍କ ଉପରକୁ ପଥର ମାଡ଼

Advertisment
ବଦଲାପୁର ମହୋତ୍ସବରେ ଭୋଜପୁରୀ ସୁପରଷ୍ଟାର ଅକ୍ଷରା ସିଂହଙ୍କ ଉପରକୁ ପଥର ମାଡ଼

ନୂଆଦିଲ୍ଲୀ: ଭୋଜପୁରୀ ସୁପରଷ୍ଟାର ଅକ୍ଷରା ସିଂହଙ୍କ ଉପରକୁ ପଥର ମାଡ଼। ବଦଲାପୁର ମହୋତ୍ସବର ଦ୍ୱିତୀୟ ଦିନରେ ଅକ୍ଷରା ସିଂଙ୍କ ଉପରକୁ ପଥର ଫିଙ୍ଗାଯାଇଥିବା ଜଣାପଡ଼ିଛି। ଏଭଳି ଜଣେ ଅଭିନେତ୍ରୀଙ୍କ ଉପରକୁ ପଥର ଫିଙ୍ଗା ଯିବା ଘଟଣାକୁ କେହି ସହଜରେ ବିଶ୍ବାସ କରିପାରୁନଥିଲେ ବି ଏହା ସତରେ ଅକ୍ଷରାଙ୍କ ସହ ଘଟିଛି। ଘଟଣା ସମୟର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଲୋକେ ତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ମୁତାବକ, ଅକ୍ଷରା ବଦଲାପୁର ମହୋତ୍ସବରେ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ମଞ୍ଚରେ ଚଢ଼ିବା ମାତ୍ରେ ଲୋକମାନେ ତାଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଏହି ଘଟଣା ପରେ ଅକ୍ଷରା ଇନଷ୍ଟାଗ୍ରାମରେ ଏକ ହସୁଥିବାର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ, ଅକ୍ଷରା ବଦଲାପୁରବାସୀଙ୍କୁ ସାୟରୀ ଶୁଣାଉଛନ୍ତି। ଏହି ଭିଡିଓ ସେୟାର କରି ଅକ୍ଷରା କ୍ୟାପସନରେ ଲେଖିଛନ୍ତି ଯେ, 'ମେଁ ଭାଗତୀ ନେହିଁ ଥି ମଗର କ୍ୟା କରେଁ, ଉସପର ତେରା ପ୍ୟାର ଲୁଟାନା ଗଜବ ଢ଼ା ଗୟା'। ତେବେ ସେ ଭିଡିଓ ସେୟାର କରି ଏଭଳି କ୍ୟାପସନ କାହା ପାଇଁ ଲେଖିଛନ୍ତି, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe