ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ମୃତ, ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

Advertisment
ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ମୃତ, ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାଠାରେ ସଡ଼କ ଦୁର୍ଘଟଣାରେ ଶୁକ୍ରବାର ୪୫ ବର୍ଷୀୟା ଭୋଜପୁରୀ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି। ଚିତଉନି ଗ୍ରାମର ଏହି ନାୟିକା ମନୀଷା ରାୟ ଏକ ମୋଟର୍‌ ସାଇକେଲ୍‌ରେ ତାଙ୍କ ସୁଟିଂ ପାଇଁ ଯାଉଥିବା ବେଳେ ଏକ୍‌ କାର୍‌ ତାଙ୍କ ମୋଟର୍‌ ବାଇକ୍‌ରେ ପିଟି ଦେଇଥିଲା। ଅଭିନେତ୍ରୀ ମନୀଷାଙ୍କର ସେହି ମୁହୂର୍ତ୍ତରେ ପରଲୋକ ହୋଇଥିଲା।

ସୂଚନାଯୋଗ୍ୟ, ଅଭିନେତ୍ରୀ ମନୀଷା ସଞ୍ଜୀବ ମିଶ୍ରଙ୍କ ବାଇକ୍‌ ପଛରେ ବସି ସୁଟିଂ ପାଇଁ ଯାଉଥିଲେ। ସେହି ସମୟରେ ଏକ କ୍‌ାର୍‌ ଆସି ସେ ବସିଥିବା ବାଇକ୍‌କୁ ପିଟି ଦେଇଥିଲେ। ଗାଡ଼ି ପିଟି ଦେବା ପରେ କାର୍‌ ଚାଳକ ଜଣକ ସେହି ସ୍ଥାନ ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି। ମନୀଷାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ ଚଳାଇଥିବା ସଞ୍ଜୀବ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମନୀଷା ଉଜ୍ୱଲା ପାଣ୍ଡେଙ୍କ ନିର୍ମିତ ଚଳଚ୍ଚିତ୍ର ‘କୋହବର୍‌’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ମନୀଷାଙ୍କ ମୃତ ଶରୀରକୁ ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe