ଭୋଲୀ ପଞ୍ଜାବନ୍‌ ରିଚା

Advertisment
ଭୋଲୀ ପଞ୍ଜାବନ୍‌ ରିଚା

ଅଭିନେତ୍ରୀ ରିଚା ଚଢା ଲୋକାଲ୍ ଗ୍ୟାଙ୍ଗଷ୍ଟର୍ ଭୋଲୀ ପଞ୍ଜାବନ୍ ଭୂମିକାରେ ଅବତୀର୍ଣ୍ଣ ହେବେ। ଫକ୍‌ରେ ଫ୍ରାନ୍‌ଚାଇଜ୍ ଉପରେ ପର୍ଯ୍ୟବସିତ ଏଇ ସିନେମାର ଶୀର୍ଷକ ରହିଛି ‘ଫକ୍‌ରେ-୩’। ଗ୍ୟାଙ୍ଗଷ୍ଟର୍ ଭୂମିକାରେ ମଧ୍ୟ ରିଚାଙ୍କ ଚରିତ୍ରରେ ଏତେ ହାସ୍ୟରସ ଭରି ରହିବ ଯେ ଦେଖିବାମାତ୍ରେ ଦର୍ଶକ ହସି ହସି ବେଦମ୍ ହେବେ ବୋଲି ଶୁଣାଯାଉଛି। ୨୦୨୨ରେ ଏହା ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ମ୍ରିଗ୍‌ଦୀପ ସିଂହ ଲାମ୍ବାଙ୍କ ନିର୍ଦ୍ଦେଶିତ ‘ଫକ୍‌ରେ-୩’ର ପ୍ରଯୋଜନା କରୁଛନ୍ତି ରିତେଶ ସିଦ୍ଧୱାନୀ ଓ ଫରହାନ୍ ଅଖତରଙ୍କ ଏକ୍ସେଲ୍ ଏଣ୍ଟରଟେନ୍‌ମେଣ୍ଟ ପ୍ରଡକ୍ସନ୍ ହାଉସ୍। ଏପ୍ରିଲରୁ ସୁଟିଂ ଆରମ୍ଭ ହେବାର ଥିଲା, କିନ୍ତୁ କୋଭିଡ୍‌ର ଦ୍ବିତୀୟ ଲହର ପାଇଁ ଏହା ବାତିଲ ହେଇଥିଲା। ଏବେ କିନ୍ତୁ ସୁଟିଂ ପାଇଁ ୟୁନିଟ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ଏହା ପୂର୍ବରୁ ରିଚା ଅଲ୍ଲୀ ଫଜଲଙ୍କ ‘ଗର୍ଲସ୍ ୱିଲ୍ ବି ଗର୍ଲସ’ ୱେବ୍ ସିରିଜ୍‌ରେ ଅଭିନୟ କରିଛନ୍ତି। ପୁଣି ଭୂତ ସିଲେକ୍ଟସ ୱେବ୍‌ସିରିଜ୍ ‘କ୍ୟାଣ୍ଡି’ ଏବଂ ତିଗମାଂଶୁ ଧୂଳିଆଙ୍କ ଡଜନି ହଟଷ୍ଟାର ମର୍ଡର ମିଷ୍ଟ୍ରି ସିରିଜ୍‌ରେ ‘ସିକ୍ସ ସସ୍‌ପେକ୍ଟସ୍‌’ରେ ମଧ୍ୟ ରିଚା ଭୟଙ୍କର ଅବତାର ନେଇ ଦର୍ଶକଙ୍କୁ ଚକିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe