ରିଲିଜ୍ ହେଲା 'ଭୁଲ ଭୁଲୈୟା-୩'ର ଟିଜର, କମାଲ କଲେ ବିଦ୍ୟା-କାର୍ତ୍ତିକ

Advertisment

ନିର୍ମାତାମାନେ ଆଜି ଦର୍ଶକଙ୍କୁ କାର୍ତ୍ତିକ ଆରୟନ ଏବଂ ବିଦ୍ୟା ବାଲାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଭୁଲ ଭୁଲୈୟା-୩'ର ପ୍ରଥମ ଝଲକ ଦେଖାଇଛନ୍ତି। ଫିଲ୍ମର ଟିଜର ରିଲିଜ ହେବା ମାତ୍ରେ ଦର୍ଶକଙ୍କ ମନ କିଣିବା ଆରମ୍ଭ କରିଛି।

ନିର୍ମାତାମାନେ ଆଜି ଦର୍ଶକଙ୍କୁ କାର୍ତ୍ତିକ ଆରୟନ ଏବଂ ବିଦ୍ୟା ବାଲାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଭୁଲ ଭୁଲୈୟା-୩'ର ପ୍ରଥମ ଝଲକ ଦେଖାଇଛନ୍ତି। ଫିଲ୍ମର ଟିଜର ରିଲିଜ ହେବା ମାତ୍ରେ ଦର୍ଶକଙ୍କ ମନ କିଣିବା ଆରମ୍ଭ କରିଛି।

bhulaiya

ମୁମ୍ବାଇ: ବର୍ତ୍ତମାନ ହରର କମେଡିକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ରହିଛି। କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ସ୍ତ୍ରୀ-୨କୁ ଦର୍ଶକଙ୍କ ଭଲପାଇବା ମିଳିଥିବା ବେଳେ ଏବେ ଆଉ ଏକ ହରର କମେଡିର ଟିଜର ରିଲିଜ୍ ହୋଇଛି। ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଏବେ  'ଭୁଲ ଭୁଲୈୟା-୩'ର ପ୍ରଥମ ଝଲକ ଦେଖାଇଛନ୍ତି। ଇନଷ୍ଟାଗ୍ରାମରେ ଫିଲ୍ମର ଟିଜର ରିଲିଜ୍ କରି ଦର୍ଶକଙ୍କ ଉତ୍ସାହ ବଢ଼ାଇଛନ୍ତି କାର୍ତ୍ତିକ। 

ପ୍ରଥମ ଭାଗରେ ଅଭିନେତ୍ରୀ ବିଦ୍ୟା ବାଲାନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ବେଳେ ଦ୍ବିତୀୟ ଭାଗରେ ତାଙ୍କୁ ଦେଖିବାକୁ ମିଳିନଥିଲା। ହେଲେ ଏବେ ତୃତୀୟ ଭାଗରେ ପୁଣି ଥରେ ବିଦ୍ୟା ବାଲାନଙ୍କୁ କାଷ୍ଟ କରିଛନ୍ତି ନିର୍ମାତା। ଟିଜରରେ ଅଭିନେତ୍ରୀଙ୍କ ଲୁକ୍ ଓ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିବ‌ା ବେଳେ ଫିଲ୍ମ ରିଲିଜ୍କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ାଇ ଦେଇଛି। ଫିଲ୍ମ ଦୀପାବଳିରେ ରିଲିଜ୍ ହେବାକୁ ଥିବା ବେଳେ ଏବେ ଟିଜରଟି ଭାଇରାଲ ହେବାରେ ଲାଗିଛି।

ଦ୍ବିତୀୟ ଭାଗରେ କାର୍ତ୍ତିକ ଆରୟନଙ୍କ ସହ ଅଭିନେତ୍ରୀ କିଆରା ଆଡଭାନୀ ରୋମାନ୍ସ କରିଥିବା ବେଳେ ତୃତୀୟ ଭାଗରେ ନଜର ଆସିବେ ତୃପ୍ତି ଡିମ୍ରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe