‘ଦମ୍ ଲଗା କେ ହୈସା’ ପାଇଁ ୨୭ କେଜି ଓଜନ ବଢ଼ାଇଥିଲେ ଭୂମି

‘ଦମ୍ ଲଗା କେ ହୈସା’ ପାଇଁ ୨୭ କେଜି ଓଜନ ବଢ଼ାଇଥିଲେ ଭୂମି

ବି’ ଟାଉନ୍‌ର ଅନ୍ୟତମ ଚର୍ଚ୍ଚିତ ନାୟିକା ଭୂମି ପେଡ୍‌ନେକର ୬ ବର୍ଷ ତଳେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ଚଳଚ୍ଚିତ୍ର ‘ଦମ୍ ଲଗା କେ ହୈସା’ ଅଭିନୟ କରିବାକୁ ସେ ୨୭କେଜି ଓଜନ ବଢ଼ାଇଥିଲେ। ଏହି ଚଳଚ୍ଚିତ୍ରର ସୁଟିଂ ହରିଦ୍ବାରରେ ହୋଇଥିଲା। ନିକଟରେ ସେ ହରିଦ୍ବାରର ଗଙ୍ଗା ନଦୀ କୂଳକୁ ବୁଲିବାକୁ ଯାଇଥିବା ବେଳେ ତାଙ୍କ ପ୍ରଥମ ଚଳଚ୍ଚିତ୍ରର କିଛି ସ୍ମରଣୀୟ ମୁହୂର୍ତ୍ତ ଉପରେ ଭିଡିଓ କରି ଏହାକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ଭୂମିଙ୍କ ପ୍ରଶଂସକମାନେ ମଧ୍ୟ ଭୂମିଙ୍କର ଏହି ଭାବବିହ୍ବଳପୂର୍ଣ୍ଣ ଭିଡିଓ ଦେଖି ତାଙ୍କୁ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ ଏହି ଚଳଚ୍ଚିତ୍ରରେ ଭୂମିଙ୍କ ସହ ଆୟୁଷ୍ମାନ ଖୁରାନା ଅଭିନୟ କରିଥିଲେ। ଚଳଚ୍ଚିତ୍ରର ସଂଳାପ ଅନୁଯାୟୀ, ମହିଳା ଭୂମିକାର ଅଭିନୟ କରିବାକୁ ଥିବା ଅଭିନେତ୍ରୀଙ୍କର ଓଜନ ଅଧିକ ହେବା ଦରକାର ବୋଲି ସୂଚାଯାଇଥିଲା। ତେବେ ଭୂମି ଏହି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁନଥିଲେ। ସେଥିପାଇଁ ସେ ଶରୀରର ଓଜନ ବଢ଼ାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe