ବୋଲ୍ଡ ଅବତାରରେ ଆସୁଛନ୍ତି ଭୂମିକା

ବୋଲ୍ଡ ଅବତାରରେ ଆସୁଛନ୍ତି ଭୂମିକା

ଭୁବନେଶ୍ୱର: ପୂଜାରେ ଆସୁଥିବା ଦୁଇଟି ଓଡ଼ିଆ ସିନେମାମଧ୍ୟରୁ ଗୋଟିଏ ହେଲା ‘ଶ୍ରୀମାନ୍‌ ସୁରଦାସ’ । ଏହି ସିନେମା ଏବେ ଏଇଥିପାଇଁ ବି ଚର୍ଚ୍ଚାରେ ରହିଛି ଯେ ଦର୍ଶକ ଏଥର ପାଇବେ ନାୟିକା ଭୂମିକାଙ୍କର ବୋଲ୍‌ଡନେସ୍‌।

ଏଥର ପୂଜା ବଜାରରେ ସିନେମାରେ ‘ଶ୍ରୀମାନ୍‌ ସୁରଦାସ’ରେଭୂମିକାଙ୍କ ବୋଲ୍‌ଡ ଅବତାର ଦେଖି ଦଶକ ଚମକି ପଡ଼ିବେ।
‘ଶ୍ରୀମାନ୍‌ ସୁରଦାସ’ର ଏକଗୀତରେ ବାବୁସାନ୍‌ ଓ ଭୂମିକାଙ୍କର ସୁଇମିଂ ପୁଲରେ ରୋମାନ୍‌ସ କରୁଥିବାର ଦୃଶ୍ୟ ରହିଛି । ଏଥିରେ ହଟ୍‌ ଲାଗୁଛନ୍ତି ଭୂମିକା ବୋଲି ଚର୍ଚ୍ଚା ହେଉଛି। ଭୂମିକା ଆଗରୁ ଏମିତି କେବେବି ନଜର ଆସି ନଥିଲେ।
ଭୂମିକା ନାୟିକା ଭାବେ ପ୍ରଥମ ଥର ପାଇଁ ନଜର ଆସିଥିଲେ ତରଙ୍ଗ ସିନେ ପ୍ରଡକସନ୍‌ସର ମୁଭି ‘ତୁ ମୋ’ ଲଭ ଷ୍ଟୋରି’ରେ। ‘ତୁ ମୋ’ ଲଭଷ୍ଟୋରି’ରେ ସ୍ୱରାଜ ଓ ଭୁମିକାଙ୍କ ରୋମାନସ୍‌ ଦେଖିବାକୁ ମିଳିଥିଲା।

publive-image

ତା’ପରେ ଭୂମିକା ବାବୁସାନ୍‌ଙ୍କ ବିପକ୍ଷରେ ‘ହିରୋ ନମ୍ବର ଓ୍ଵାନ୍‌’ଓଡ଼ିଆ ଫିଲ୍ମରେ ନାୟିକା ବନିଥିଲେ। ଏଥିରେ ବି ବାବୁସାନ୍‌-ଭୂମିକାଙ୍କ ଜବରଦସ୍ତ ରୋମାନସ୍‌ ବି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe