‘କଥା ଟି ହେଲା କି, ଆକାଶ ଓ ବାଦଲ ଦୁଇ ଜଣ କାଜଲକୁ ଭଲ ପାଆନ୍ତି, ହେଲେ ପ୍ରଶ୍ନ ହେଲା, କାଜଲ କାହାକୁ ପସନ୍ଦ କରେ?’ ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ ଏହି ସଂଳାପକୁ ଅଭିନେତ୍ରୀ ଭୂମିକା ଦାସ ଇନ୍ଷ୍ଟଗ୍ରାମରେ ଉଲ୍ଲେଖ କରିଛନ୍ତି। ଭୂମିକାଙ୍କ ପାର୍ଟନର୍ ଭାବେ ଜ୍ୟୋତି ରଂଜନ ନାୟକ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଗତ ଡିସେମ୍ବର ୨୫ରେ ମନୋଜ ରଂଜନ ନାୟକଙ୍କ ପ୍ରଯୋଜିତ ‘ମନ ମୋ ନେଇଗଲୁରେ’ ଶୁଭ ମହୁରତ୍ ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ପରଠୁ ଭୂମିକା ଇନ୍ଷ୍ଟାଗ୍ରାମରେ ଏହି ଭଳି ଛୋଟ ଛୋଟ ସଂଳାପ ଲେଖି ପ୍ରଶଂସକଙ୍କ ମଧ୍ୟରେ କୌତୁହଳ ଜାତ କରୁଛନ୍ତି। ଚଳଚ୍ଚିତ୍ରରେ ଭୂମିକା କାଜଲ୍ ଚରିତ୍ରରେ ନଜର ଆସିବେ। ତେବେ ଚଳଚ୍ଚିତ୍ର କେବେ ଶୁଭମୁକ୍ତି ଲାଭ କରିବ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।
‘ମନ ମୋ ନେଇଗଲୁରେ’ ଫିଲ୍ମକୁ ଇନ୍ଷ୍ଟାଗ୍ରାମରେ ପ୍ରମୋଟ୍ କରୁଛନ୍ତି ଭୂମିକା
Advertisment
Follow Us