ପୁଣି ଅଭିନୟରେ ସକ୍ରିୟ ହେଲେଣି ଏହି ଜଣାଶୁଣା ଅଭିନେତ୍ରୀ

Advertisment
ପୁଣି ଅଭିନୟରେ ସକ୍ରିୟ ହେଲେଣି ଏହି ଜଣାଶୁଣା ଅଭିନେତ୍ରୀ

Image Source-Facebook

ଭୁବନେଶ୍ବର: ‘ଜବରଦସ୍ତ ପ୍ରେମିକ’, ‘ଲଭ୍ ମାଷ୍ଟର’ ଓ ‘ମିଷ୍ଟର ମଜନୁ’ ଆଦି ଫିଲ୍ମରେ ପ୍ରଭାବଶାଳୀ ଅଭିନୟ କରିଥିବା ଅଭିନେତ୍ରୀ ବିଦୁସ୍ମିତା ଏବେ ପୁଣି ଅଭିନୟରେ ସକ୍ରିୟ ହେଲେଣି। ଏଥର ତାଙ୍କୁ  ମନଲାଖି ଚରିତ୍ର ମିଳିଛି । ହଁ ତାଙ୍କୁ ଦର୍ଶକ ଖୁବ ଶୀଘ୍ର ଦୁଇଟି ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ । ଏଥିମଧ୍ୟରୁ ପ୍ରଥମଟି ହେଲା ‘ବାବୁ ଭାଇଜାନ୍’।ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ବିଦୁସ୍ମିତା ନଜର ଆସିବେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ।

publive-image Image Source-Facebook

ତାଙ୍କୁ ଏବେ ରବୀନ୍ଦ୍ର ପଣ୍ଡାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ‘କିଏ ହେବ ମୋ’ ହିରୋଇନ’ରେ ମିଳିଛି ଦମଦାର ଭୂମିକା। ଏହି ସିନେମାରେ ତାଙ୍କୁ ଦର୍ଶକ ଖଳନାୟିକା ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ଅଭିନେତା ପିଣ୍ଟୁ ନନ୍ଦ ବି ଅଛନ୍ତି ନେଗେଟିଭ ରୋଲରେ। ଏଥିରେ ବିଦୁସ୍ମିତାଙ୍କ ଭାଇ ବନିଛନ୍ତି ପିଣ୍ଟୁ। ‘କିଏ ହେବ ମୋ’ ହିରୋଇନ’ରେ ଅସିତ ଏବଂ ମହିମା ନାୟକ-ନାୟିକା ସାଜିଛନ୍ତି । ନବାଗତ ପ୍ରଶାନ୍ତ ଏହାର ନିର୍ଦ୍ଦେଶକ । ଅଗ୍ନିରାଜ ଏହାର ସଙ୍ଗୀତ ନିର୍ଦ୍ଦେଶକ। ଡ଼ ରଜନୀ ରଂଜନ ଏହାର ସଂଳାପ ଲେଖିଛନ୍ତି।

ଏହି ଦୁଇଟି ସିନେମାରେ ବିଦୁସ୍ମିତା ପୁଣି କମାଲ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe