ଏହି କାରଣରୁ ବାବୁସାନଙ୍କ ‘ବିଦ୍ୟାରାଣ’ର ରିଲିଜ୍ ତାରିଖ ଘୁଞ୍ଚିଲା!

Advertisment
ଏହି କାରଣରୁ ବାବୁସାନଙ୍କ ‘ବିଦ୍ୟାରାଣ’ର ରିଲିଜ୍ ତାରିଖ ଘୁଞ୍ଚିଲା!

ଭୁବନେଶ୍ବର: ବାବୁସାନଙ୍କ ଅଭିନୀତ ଆକସନଧର୍ମୀ ସିନେମା ‘ବିଦ୍ୟାରାଣ’ର ରିଲିଜ୍ ତାରିଖ ଘୁଞ୍ଚିଥିବାର ସୂଚନା ମିଳିଛି। ଏହା ଜୁନ୍ ୧୦ ତାରିଖରେ ପରଦାକୁ ଆସିବ ବୋଲି ପ୍ରଥମେ କୁହାଯାଉଥିଲା। କିନ୍ତୁ ବାବୁସାନଙ୍କ ଅନ୍ୟ ଏକ ସିନେମା ‘ପ୍ରେମମ୍’ ରଜକୁ ଆଖି ଆଗରେ ରଖି ଗତ ଜୁନ୍ ୩ ତାରିଖରେ ରିଲିଜ୍ ହୋଇଥିବାରୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଯାହା ଜଣାଯାଇଛି ‘ବିଦ୍ୟାରାଣ’ ରଥଯାତ୍ର ଅବସରରେ ମୁକ୍ତିଲାଭ କରିବ।

publive-image
ସୂଚନାଯୋଗ୍ୟ,‘ବିଦ୍ୟାରାଣ’ରେ ଦର୍ଶକ ଦ୍ବିତୀୟ ଥର ଲାଗି ବାବୁସାନ୍ ଓ ଶିବାନୀ ଯୋଡ଼ିକୁ ଦେଖିବାକୁ ପାଇବେ। ଆଗରୁ ଏହି ଯୋଡ଼ି ‘ସିଷ୍ଟର ଶ୍ରୀଦେବୀ’ରେ ନଜର ଆସିଥିଲେ। ‘ବିଦ୍ୟାରାଣ’ରେ ଅନ୍ୟମାନଙ୍କ ମଧ୍ୟରେ ପୁପୁଲ ଭୂୟାଁ ଏବଂ ଯୋଗେଶ ଜୋଜୋ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଯେ ଓଡ଼ିଆ ସିନେଜଗତର ଲୋକପ୍ରିୟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ। ନିକଟରେ ଏହି ଫିଲ୍ମର ଅଡିଓ ରିଲିଜ୍ ରିଲିଜ୍ ପର୍ବ ଅନୁଷ୍ଠିତ ହୋଇଯାଇଛି।

publive-image
ଜ୍ୟୋତି ଦାସ ଏହି ସିନେମାର ନିର୍ଦେଶକ। ଆଗରୁ ସେ ‘ତୋ’ ବିନା ଭଲ ଲାଗେନା’, ‘ଶୁଭବିବାହ’, ‘ଗୁଡ ବୟ’ ଏବଂ ‘ଇଶ୍କ ପୁଣି ଥରେ’ ଆଦି ସିନେମାର ନିର୍ଦେଶନା ଦେଇଛନ୍ତି। ଜ୍ୟୋତି ଦାସଙ୍କ ସହ ବାବୁସାନଙ୍କର ଏହା ପ୍ରଥମ ସିନେମା। ‘ବିଦ୍ୟାରାଣ’ର ପ୍ରଯୋଜନା କରୁଛନ୍ତି ନିରଞ୍ଜନ ନାୟକ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ବାପୁ ଗୋସ୍ବାମୀ ଏହାର ସଂଳାପ ଲେଖିଛନ୍ତି। ବାବୁସାନଙ୍କ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe