ଈଶାଙ୍କ ବିବାହ ମଣ୍ଡପରେ ଚାର୍‌ ଚାନ୍ଦ ଲଗାଇଲା ବଚ୍ଚନ ସାହେବଙ୍କ ଚିଠି ପଢ଼ା, କାନ୍ଦି ପକାଇଲେ କନ୍ୟା ପିତା ଅମ୍ବାନୀ

Advertisment
ଈଶାଙ୍କ ବିବାହ ମଣ୍ଡପରେ ଚାର୍‌ ଚାନ୍ଦ ଲଗାଇଲା ବଚ୍ଚନ ସାହେବଙ୍କ ଚିଠି ପଢ଼ା, କାନ୍ଦି ପକାଇଲେ କନ୍ୟା ପିତା ଅମ୍ବାନୀ

ମୁମ୍ବାଇ: ଖାତ୍ୟାନାମା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଗତକାଲି ମୁମ୍ବାଇଠାରେ ନିଜ ବାସଭବନରେ ବ୍ୟବସାୟୀ ଆନନ୍ଦ ପିରାମଲଙ୍କୁ ବିବାହ କରିଛନ୍ତି। ଏହି ଗ୍ରାଣ୍ଡ୍‌ ବିବାହରେ ବହୁ ଚିହ୍ନା ଓ ଲୋକପ୍ରିୟ ଚେହେରାଙ୍କୁ ଦେଖିବାକୁ ମିଳିଥିଲା। ଈଶା ଅମ୍ବାନୀଙ୍କ ବିବାହ ବେଳର ଏକ ଭିଡିଓ ଏବେ ଇଣ୍ଟରନେଟ୍‌ରେ ବୁଲିବାରେ ଲାଗିଛି।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଈଶାଙ୍କ ବାପା ମୁକେଶ ଅମ୍ବାନୀ ଭାବପ୍ରବଣ ହୋଇ ପଡୁଛନ୍ତି। ବିଗ୍‌ ବି ଅମିତାଭ ବଚ୍ଚନ ଏକ ଚିଠି ପଢ଼ିବା ସମୟରେ ମାହଲ୍‌ ଏକ୍‌ଦମ୍‌ ଭାବପ୍ରବଣ ହୋଇ ଉଠୁଛି।

ଅମିତାଭ ବଚ୍ଚନ ହାତରେ ମାଇକ୍ରୋଫୋନ୍‌ ସହ ଅନ୍ୟ ହାତରେ ଚିଠି ଧରି ପଢ଼ିବାରେ ଲାଗିଛନ୍ତି। ଉପସ୍ଥିତ ସମସ୍ତ ଅତିଥିଙ୍କ ନଜର ରହିଛି ବିଗ୍‌ ବିଙ୍କ ଉପରେ।

ବିଗ୍‌ ବି ପଢ଼ିଛନ୍ତି ଯେ ‘ ଝିଅ ବିବାହ ପରି ଏକ ମହାନ କାର୍ଯ୍ୟ କରି କନ୍ୟା ପିତା ଆଗାମୀ ସାତ ପିଢ଼ି ପର୍ଯ୍ୟନ୍ତ ନିଜ ଉଦାରତାର ଫଳ ପ୍ରଦର୍ଶନ କରିଥାନ୍ତି।’

କନ୍ୟା ବେଶରେ ବେଦୀରେ ବସିଥିବା ଈଶା ହୀରା ଗହଣାରେ ସଜ ହୋଇ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ବଚ୍ଚନ ସାହେବଙ୍କ ଚିଠି ପଢ଼ା ସରିବା ପରେ ବାହାଘର ମଣ୍ଡପରେ ଗୀତ ବାଜୁଥିବାର ଭିଡିଓଟିରେ ଣୁଣିବାକୁ ମିଳିିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe