ପରିବାର ସହ ଗୀତ ରେକର୍ଡ କଲେ ବିଗ୍‌ ବି’

Advertisment
ପରିବାର ସହ ଗୀତ ରେକର୍ଡ କଲେ ବିଗ୍‌ ବି’

ବିଗ୍‌ ବି’ ଅମିତାଭ ବଚ୍ଚନ ପରିବାରବର୍ଗ ସହ ଷ୍ଟୁଡିଓରେ ଏକ ଗୀତ ରେକର୍ଡିଂ କରିଛନ୍ତି। ଏନେଇ ଟ୍ବଟର୍‌ରେ ନିଜେ ଅମିତାଭ ଉଲ୍ଲେଖ କରିବା ସହ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଟ୍ବିଟ୍‌ କରିଛନ୍ତି, ଉତ୍ସବ ଆରମ୍ଭ ହେଲା ମାତ୍ର କେଉଁ କଥାକୁ ନେଇ, ଏହା କେବଳ ଆଉ ଗୋଟିଏ ଦିନ ଏବଂ ଆଉ ଗୋଟେ ବର୍ଷର ଆରମ୍ଭ। ତେଣୁ ଭଲ ହେବ ପରିବାର ସହିତ ଗୀତ ତିଆରି କରିବା। ସେହିଭଳି ଅମିତାଭ୍‌ଙ୍କ ନାତୁଣୀ ଆରାଧ୍ୟା ମଧ୍ୟ ଗୀତକୁ ନେଇ ଉତ୍ସାହିତ ଥିବା ଅମିତାଭ ଉଲ୍ଲେଖ କରିଛନ୍ତି। ଷ୍ଟୁଡିଓରେ ଅମିତାଭଙ୍କ ସହ ପତ୍ନୀ ଜୟା, ପୁଅ ଅଭିଷେକ, ବୋହୂ ଐଶର୍ଯ୍ୟା, ନାତୁଣୀ ଆରାଧ୍ୟା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe