India Today
ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ଆଜି ୯ମ ଜନ୍ମଦିନ। ଏହି ଅବସରରେ ବିଗ୍ ବି’ ଆରାଧ୍ୟାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ବିଗ୍ ବି’ ସାମାଜିକ ଗଣମାଧ୍ୟମରେ ଆରାଧ୍ୟାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ଆରାଧ୍ୟାଙ୍କ ୧ବର୍ଷରୁ ଆରମ୍ଭ କରି ୯ବର୍ଷ ପର୍ଯ୍ୟନ୍ତର ୯ଟି ଫଟୋକୁ କୋଲାଜ୍ କରି ଗୋଟିଏ ଫଟୋ ଫ୍ରେମରେ ସେୟାର କରିଛନ୍ତି।
ଏଥିରେ ଉଲ୍ଲେଖ କରିଛନ୍ତି, ‘ଜନ୍ମଦିନର ଶୁଭକାମନା ଆରାଧ୍ୟା, ମୋର ସବୁ ଭଲ ପାଇବା ତୁମ ପାଇଁ।’ ଏଥିସହ ଅମିତାଭ ରେଡ୍ ହାର୍ଟ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି। ଆରାଧ୍ୟାଙ୍କ ସବୁ ଫଟୋ ସହିତ ବିଗ୍ ବି’ ନମ୍ବର ମଧ୍ୟ ଦେଇଛନ୍ତି। ବର୍ଷ ବଢ଼ିବା ସହ ଆରାଧ୍ୟାଙ୍କ ଚେହେରାରେ କିଭଳି ପରିବର୍ତ୍ତନ ଦେଖାଯାଇଛି, ତାହା ବିଗ୍ ବି’ ଜଣାଇବାକୁ ଚାହିଛନ୍ତି।
Follow Us