ବିଗ୍ ବସ୍ ପ୍ରତିଯୋଗୀ ପାରସଙ୍କ ପ୍ରେମିକା କଲେ ଖୁଲାସା: ବିଗ୍ ବସକୁ ଯିବା ପୂର୍ବରୁ ଏହି କାରଣରୁ ସିଦ୍ଧାର୍ଥଙ୍କ ସହ ଥିଲା ଶତ୍ରୁତା

ବିଗ୍ ବସ୍ ପ୍ରତିଯୋଗୀ ପାରସଙ୍କ ପ୍ରେମିକା କଲେ ଖୁଲାସା: ବିଗ୍ ବସକୁ ଯିବା ପୂର୍ବରୁ ଏହି କାରଣରୁ ସିଦ୍ଧାର୍ଥଙ୍କ ସହ ଥିଲା ଶତ୍ରୁତା

amarujala.com

ମୁମ୍ବାଇ: ବିଗ୍ ବସ୍-୧୩ ଆରମ୍ଭ ହେବା ପରଠାରୁ ପ୍ରତିଯୋଗୀ ପାରସ ଛାବ୍ରା ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ମଧ୍ୟରେ ହେଉଥିବା ଝଗଡ଼ା ସମସ୍ତେ ଦେଖିଛନ୍ତି। ଛୋଟ ଛୋଟ କାରଣ ପାଇଁ ଦୁହିଁଙ୍କୁ ଝଗଡ଼ା କରୁଥିବାର ଦେଖାଯାଉଥିବା ବେଳେ ଏବେ ପାରସଙ୍କ ପ୍ରେମିକା ଆକାଂକ୍ଷା ପୁରୀ ଏହା ପଛର ପ୍ରକୃତ କାରଣ ଜଣାଇଛନ୍ତି। ବିଗ୍ ବସ୍ ଘରକୁ ଯିବା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଥିଲା ବୋଲି କହିଛନ୍ତି ଆକାଂକ୍ଷା।

Paras and Siddharth amarujala.com

ତାଙ୍କ କହିବା ଅନୁଯାୟୀ, ଆପଣମାନେ ଅନେକ ସମୟରେ ମୋର ଓ ସିଦ୍ଧାର୍ଥଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିବାର ଖବର ଶୁଣିଥିବେ। ଏହି ଖବର ପାରସ ମଧ୍ୟ ଶୁଣିଥିଲେ। ଯାହା ପରେ ସେ ସିଦ୍ଧାର୍ଥଙ୍କୁ ନାପସନ୍ଦ କରିବା ଆରମ୍ଭ କରିଥିଲେ। ଯେତେବେଳେ ପାରସ ବିଗ୍ ବସକୁ ଯାଉଥିଲେ, ସେତେବେଳେ ମୁଁ ତାଙ୍କୁ ଏ ବିଷୟରେ କହିଥିଲି। ହୁଏତ ତୁମେ ଦୁହେଁ ଭଲ ବନ୍ଧୁ ପାଲଟିବ ନହେଲେ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କ ଆହୁରି ଖରାପ ହୋଇଯିବ। ଯାହା ଏବେ ଦେଖିବାକୁ ମିଳିଛି। ଛୋଟେ ଛୋଟେ କଥା ପାଇଁ ଦୁହେଁ ଝଗଡ଼ା କରିବା ପରେ ସୋ’ରେ ଦୁହେଁ ପରସ୍ପରର ଶତ୍ରୁ ପାଲଟିଛନ୍ତି। କିନ୍ତ ସତ କହିବାକୁ ଗଲେ ସିଦ୍ଧାର୍ଥଙ୍କ ସହ ମୋର ସେଭଳି କୌଣସି ସଂପର୍କ ନଥିଲା। ସେ ମୋର ଭଲ ବନ୍ଧୁ ଥିଲେ ଏବଂ ଏବେ ବି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe