ଏହି କାରଣ ପାଇଁ ଏବେ ବିଗ୍ ବସ୍ ଦେଖୁ ନାହାନ୍ତି ସିଜିନ୍-୪ର ବିଜେତା ଶ୍ବେତା ତିୱାରୀ

ଏହି କାରଣ ପାଇଁ ଏବେ ବିଗ୍ ବସ୍ ଦେଖୁ ନାହାନ୍ତି ସିଜିନ୍-୪ର ବିଜେତା ଶ୍ବେତା ତିୱାରୀ

amarujala.com

ମୁମ୍ବାଇ: ଛୋଟ ପରଦାରେ ଏବେ ଧମାଲ ମଚାଉଛି ବିଗ୍ ବସ୍ ସିଜିନ୍-୧୩। ଆରମ୍ଭ ହେବା ଦିନଠାରୁ ଏହା ବିବାଦରେ ରହିଥିବା ବେଳେ ସୋ’ର ପ୍ରଥମ ଫାଇନାଲ ପରେ ଏବେ ସୋ’ର ଟିଆରପି ବଢ଼ିଛି। ଲୋକେ ଏବେ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଦେଖିବାକୁ ପସନ୍ଦ କରୁଛନ୍ତି। ବିଗ୍ ବସ୍ ଘରେ ଘଟୁଥିବା ଘଟଣାକୁ ନେଇ ପୂର୍ବ ପ୍ରତିଯୋଗୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସି ସାରିଥିବା ବେଳେ ଏ ପର୍ଯ୍ୟନ୍ତ ବିଗ୍ ବସ୍ ସିଜିନ୍-୪ର ବିଜେତା ତଥା ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ପ୍ରତିକ୍ରିୟା ଆସି ପାରି ନାହିଁ। ଏଭଳି ପରିସ୍ଥିତିରେ ସେ ବିଗ୍ ବସ୍ ଦେଖୁଛନ୍ତି କି ନାହିଁ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ ନାଁ ବୋଲି କହିଛନ୍ତି।

shweta tiwari amarujala.com

ଏହାର କାରଣ ଜଣାଇ ସେ କହିଛନ୍ତି କି, ମୋ ପାଖରେ ବିଗ୍ ବସ୍ ଦେଖିବାକୁ ସମୟ ନାହିଁ। କାରଣ ମୋ ପିଲା ଅଛନ୍ତି ଏବଂ ସେମାନଙ୍କ ଆଗରେ ମୁଁ ବିଗ୍ ବସ୍ ଦେଖି ପାରିବି ନାହିଁ। କେହି ଉଚ୍ଚ ସ୍ବରରେ କଥା ହେଲେ ମୋ ପୁଅ ରେୟାନ୍ସ ଡ଼ରି ଯାଏ। ବିଗ୍ ବସ୍ ଘରର ହାଲ ଆପଣମାନେ ଜାଣନ୍ତି। ଭିତରେ ସମସ୍ତେ ଉଚ୍ଚ ସ୍ବରରେ କଥା ହେଉଥିବା ସହ ଝଗଡ଼ା କରିଥାନ୍ତି। ଯାହାକୁ ମୁଁ ପିଲାମାନଙ୍କ ଆଗରେ ଦେଖିପାରିବି ନାହିଁ।  ଏହା ସହ ରେୟାନ୍ସ ସବୁବେଳେ କାର୍ଟୁନ ଦେଖିବାକୁ ପସନ୍ଦ କରେ। ଯାହା ପାଇଁ ଆମକୁ ଟିଭି ଦେଖିବା ପାଇଁ ସମୟ ମିଳେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe