ଦୁବାଇ ବିମାନବନ୍ଦରରୁ ଗିରଫ ହେଲେ ଅବଦୁ

Advertisment
abdu rozik

ମୁମ୍ବାଇ: ଗିରଫ ହେଲେ ଅବଦୁ | ଟେଲିଭିଜନ ଜଗତରୁ ଏହି ବଡ଼ ଖବର ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ଇନଫ୍ଲୁଏନସର ତଥା 'ବିଗ୍ ବସ୍ ୧୬' ପ୍ରତିଯୋଗୀ ଅବଦୁ ରୋଜିକଙ୍କୁ ଦୁବାଇ ବିମାନବନ୍ଦରରେ ଅଟକ ରଖାଯାଇଛି। ତାଙ୍କ ଉପରେ ଚୋରି ଅଭିଯୋଗ ଲଗାଯାଇଛି। ତେବେ, ଅବଦୁଙ୍କ ଉପରେ କ'ଣ ଚୋରି କରିଥିବା ନେଇ ଅଭିଯୋଗ କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ଶନିବାର ସନ୍ଧ୍ୟା ପ୍ରାୟ ୫ଟାରେ ଅବଦୁ ମଣ୍ଟେନେଗ୍ରୋ ସହରରୁ ଦୁବାଇ ଫେରୁଥିବା ବେଳେ ସେଠାକାର ପୁଲିସ ତାଙ୍କୁ ହେପାଜତକୁ ନେଇଥିଲା। ଅବଦୁଙ୍କ ମ୍ୟାନେଜମେଣ୍ଟ କମ୍ପାନି ଏ ବିଷୟରେ ଦୁବାଇର ନ୍ୟୁଜ୍ ପୋର୍ଟାଲ୍ 'ଖଲିଜ୍ ଟାଇମ୍ସ'କୁ ସୂଚନା ଦେଇ ତାଙ୍କ ଅଟକ ଖବରକୁ ନିଶ୍ଚିତ କରିଛି। ଘଟଣା ବିଷୟରେ ଅଧିକ ସୂଚନ ନଦେଇ ମ୍ୟାନେଜମେଣ୍ଟ କମ୍ପାନି କହିଛି ଯେ, 'ବର୍ତ୍ତମାନ ଆମେ କେବଳ ଏହା ଆପଣଙ୍କୁ କହିପାରିବୁ ଯେ ଅବଦୁଙ୍କୁ ଚୋରି ଅଭିଯୋଗରେ ପୁଲିସ ହେପାଜତକୁ ନେଇଛି। ଅଧିକ ସୂଚନା ଏବେ ଦିଆଯାଇପାରିବ ନାହିଁ |'

ଯଦି ଅବଦୁଙ୍କ କଥା କହିବା ତେବେ ସେ ତାଜିକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଏବେ ୨୧ବର୍ଷ | କିନ୍ତୁ ପିଲାଦିନେ ହୋଇଥିବା ରୋଗ ଯୋଗୁଁ ତାଙ୍କର ଉଚ୍ଚତା ବଢିନଥିଲା। ଅବଦୁ ବହୁତ ଛୋଟ ଥିବା ବେଳେ ଘରର ଦାୟିତ୍ୱ ବୁଝିବା ଆରମ୍ଭ କରିଥିଲେ। ଘର ଚଳାଇବା ପାଇଁ ସେ ରାସ୍ତାରେ ଗୀତ ଗାଉଥିଲେ। ତା'ପରେ ତାଙ୍କର 'ବୁର୍ଗିର' ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ଲୋକପ୍ରିୟତା ବଢିଥିଲା। ଅବଦୁ ଏବେ ଦୁବାଇରେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ। ସେ ବିଶ୍ୱର ଅନେକ ବଡ଼ ତାରକାଙ୍କୁ ମଧ୍ୟ ଭେଟିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe