ବିଗ୍ ବସ୍-୧୬ରେ ୱାଇଲ କାର୍ଡ ଏଣ୍ଟ୍ରି କରିବେ ଇଣ୍ଟରନେଟ ସେନସେସନ କିଲି ପଲ୍

Advertisment
ବିଗ୍ ବସ୍-୧୬ରେ ୱାଇଲ କାର୍ଡ ଏଣ୍ଟ୍ରି କରିବେ ଇଣ୍ଟରନେଟ ସେନସେସନ କିଲି ପଲ୍

ମୁମ୍ବାଇ: ‘ବିଗ୍ ବସ୍ ୧୬’ ଆରମ୍ଭ ହୋଇସାରିଥିବା ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ପାଇଁ ନିର୍ମାତା ସବୁ ଚେଷ୍ଟା କରିଛନ୍ତି। ସୋ’କୁ ୧୬ଜଣ ପ୍ରତିଯୋଗୀ ପ୍ରବେଶ କରିସାରିଥିବା ବେଳେ ଏବେ ସୋ’କୁ ଆହୁରି ରୋମାଞ୍ଚକ କରିବା ପାଇଁ ୱାଇଲ କାର୍ଡ ଏଣ୍ଟ୍ରି କରାଯିବ ବୋଲି ଜଣାପଡ଼ିଛି। ସିଜିନ୍-୧୬କୁ ପୂର୍ବ ସିଜିନ ଅପେକ୍ଷା ଲୋକପ୍ରିୟ କରିବା ପାଇଁ ସୋ’ର ନିର୍ମାତା ଏଥର ଇଣ୍ଟରନେଟ ସେନସେସନ କିଲି ପଲଙ୍କୁ ସୋ’ରେ ୱାଇଲ କାର୍ଡ ଏଣ୍ଟ୍ରି କରିଥିବା ସାମ୍ନାକୁ ଆସିଛି। କଲର୍ସ ପକ୍ଷରୁ ଏକ ଭିଡିଓ ଟ୍ବିଟ କରାଯାଇଛି, ଯେଉଁଥିରେ କିଲି ପଲ୍ ବିଗ୍ ବସ୍ ହାଉସକୁ ପ୍ରବେଶ କରୁଛନ୍ତି।

ତେବେ କିଲି ପଲ୍ ଅନେକ ହିନ୍ଦୀ ଗୀତରେ ରିଲ୍ସ କରି ଲୋକପ୍ରିୟ ହୋଇଛନ୍ତି। ସେ ଏବଂ ତାଙ୍କ ପତ୍ନୀ ଉଭୟ ହିନ୍ଦୀ ଗୀତରେ ନାଚୁଥିବାର ଅନେକ ଭିଡିଓ ଭାଇରାଲ ହୋଇଛି। ତାଙ୍କର ଏହି ‌ଲୋକପ୍ରିୟତାକୁ ଦେଖି ତାଙ୍କୁ ବିଗ୍ ବସ୍-୧୬ରେ ୱାଇଲ କାର୍ଡ ଏଣ୍ଟ୍ରି କରାଯାଇଥିବା ଚର୍ଚ୍ଚା ହେଉଛି। ତେବେ କିଲି ପଲଙ୍କ ବ୍ୟତୀତ ପୂର୍ବ ବିଗ୍ ବସ୍ ପ୍ରତିଯୋଗୀ ରାଜୀବ ଅଦାତିଆ, କରଣ କୁନ୍ଦ୍ରା, ତେଜସ୍ବୀ ପ୍ରକାଶ ସା’ରେ ୱାଇଲ କାର୍ଡ ଏଣ୍ଟ୍ରି କରିପାରନ୍ତି ବୋଲି କୁହାଯାଉଛି।

ତେବେ ଯେଉଁ ୧୬ଜଣ ବିିଗ୍ ବସ-୧୬ରେ ସାମିଲ ପ୍ରଥମେ ସାମିଲ ହୋଇଛନ୍ତି, ସେମାନେ ହେଲେ, ଟିନା ଦତ୍ତା, ଅବଦୁଲ୍ ରୋଜିକ୍, ନିମ୍ରିତ୍ କୌର ଅହଲୁୱାଲିଆ, ଗୌତମ ବିଗ୍, ଏମସି ଷ୍ଟାନ୍, ଅଙ୍କିତ ଗୁପ୍ତା, ସୁମ୍ବୁଲ ତୌକିର୍, ମାନିଆ ସିଂ, ସୌନ୍ଦର୍ଯ୍ୟା ଶର୍ମା, ଶାଲିନ୍ ଭାନୋଟ, ଶ୍ରୀଜିତା ଦେ, ଶିବ ଠାକରେ, ପ୍ରିୟଙ୍କା ଚହର ଚୌଧୁରୀ, ସାଜିଦ୍ ଖାନ୍, ଗୋରି ନାଗୋରୀ ଏବଂ ଅର୍ଚ୍ଚନା ଗୌତମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe