ଡାକ୍ତରଖାନାରେ ଭର୍ତ୍ତି ହେଲେ ଚର୍ଚ୍ଚିତ ଷ୍ଟାଣ୍ଡଅପ କମେଡିଆନ୍ ମୁନାୱର

Advertisment
ଡାକ୍ତରଖାନାରେ ଭର୍ତ୍ତି ହେଲେ ଚର୍ଚ୍ଚିତ ଷ୍ଟାଣ୍ଡଅପ କମେଡିଆନ୍ ମୁନାୱର

aajtak

ମୁମ୍ବାଇ: ଟିଭିର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ସୋ’ ବିଗ୍ ବସ୍ ୧୭' ଜିତିଥିଲେ ଚର୍ଚ୍ଚିତ ଷ୍ଟାଣ୍ଡଅପ କମେଡିଆନ୍ ମୁନାୱର ଫାରୁକି। ସବୁବେଳେ ନିଜ କମେଡି ଓ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ମୁନାୱର ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଏକ ଫଟୋ ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ସେ ଡାକ୍ତରଖାନା ବେଡରେ ଶୋଇଥିବାର ନଜର ଆସିଛନ୍ତି। ତାଙ୍କର ଜଣେ ବନ୍ଧୁ ଏହି ଫଟୋ ସେୟାର କରିବା ପରେ ମୁନାୱରଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି।

ମୁନାୱର କେଉଁ ସମସ୍ୟା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ତାହା ସାମ୍ନାକୁ ଆସିନଥିଲେ ବି ତାଙ୍କ ହାତରେ ଆଇଭି ଡ୍ରିପ୍ ଲାଗିଥିବା ଦେଖାଯାଇଛି। ତେବେ ଏହା ପ୍ରଥମ ନୁହେଁ, ଗତ ମାସରେ ବି ମୁନାୱର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ ସେ ହାତରେ ଆଇଭି ଡ୍ରିପ୍ ଲାଗିଥିବାର  ଫଟୋ ସେୟାର କରି ଲେଖିଥିଲେ ଯେ, ନଜର ଲାଗି ଗଲା। ସେତେବେଳେ ତାଙ୍କ ପେଟରେ ସଂକ୍ରମଣ ହୋଇଥିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାମ୍ନାକୁ ଆସିଥିଲା। ଏଥର ସମାନ ସମସ୍ୟା ପାଇଁ ନା ଅନ୍ୟ କୌଣସି ସମସ୍ୟା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ତାହା ଜଣାପଡ଼ିନାହିଁ।

ମୁନାୱରଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ବିଗ୍ ବସ ପରେ ମ୍ୟୁଜିକ୍ ଭିଡିଓ 'ହଲକି ହଲକି ସି'ରେ ନଜର ଆସିଥିଲେ। ଏଥିରେ ତାଙ୍କ ସହ ନଜର ଆସିଥିଲେ ହିନା ଖାନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe