ପାରିଶ୍ରମିକ ବଢ଼ାଇଲେ ସଲମାନ; ମାସକୁ ରୋଜଗାର କରିବେ ଏତିକି ଟଙ୍କା

ଚଳିତଥର ସଲମାନ ତାଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ବିଗ୍ ବସ୍ ୧୮' ହୋଷ୍ଟ କରିବା ପାଇଁ ସଲମାନ ମାସକୁ ପ୍ରାୟ ୬୦ କୋଟି ଟଙ୍କା ନେ‌ବେ ପାରିଶ୍ରମିକ।  ଗତ ବର୍ଷ ସଲମାନ ଖାନ 'ୱିକେଣ୍ଡ କା ବାର'ର ପ୍ରତ୍ୟେକ ଏପିସୋଡ ପାଇଁ ନେଇଥିଲେ ପ୍ରାୟ ୧୨ କୋଟି ।

ଅଦ୍ୟତନ ହୋଇଛି
78


ମୁମ୍ବାଇ: ବିଗ୍ ବସ୍ ୧୮'ର ନୂଆ ସିଜନ୍ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏବଂ ପ୍ରଶଂସକମାନେ ଏହାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି | ଚଳିତଥର ସଲମାନ ଖାନ ଏହି ସୋ’ର ହୋଷ୍ଟ କରିବେ। 

ସଲମାନ ଖାନ ତାଙ୍କର ଅନ୍ୟ ପ୍ରୋଜେକ୍ଟ ସହିତ 'ବିଗ୍ ବସ୍ ୧୮' ମଧ୍ୟ ପରିଚାଳନା କରିବେ। ଏହି ବର୍ଷ ଅବଦୁ ରୋଜିକ୍ ମଧ୍ୟ କେତେକ  ସଲମାନଙ୍କ ସହ ସହ-ହୋଷ୍ଟ ଭାବରେ ନଜର ଆସିବେ ।
 ଖବର ଅନୁଯାୟୀ, 'ବିଗ୍ ବସ୍ ୧୮' ଆଗାମୀ  ଅକ୍ଟୋବର ୫ରୁ ଆରମ୍ଭ ହେବ । ଗତ ବର୍ଷ ସଲମାନ ଖାନ 'ୱିକେଣ୍ଡ କା ବାର'ର ପ୍ରତ୍ୟେକ ଏପିସୋଡ ପାଇଁ ପ୍ରାୟ ୧୨ କୋଟି ଟଙ୍କା ଅର୍ଥାତ୍ ପ୍ରତ୍ୟେକ ଏପିସୋଡ ପାଇଁ ପ୍ରାୟ ୬ କୋଟି ଟଙ୍କା ନେଇଥିଲେ।  ଗୋଟିଏ ମାସରେ ତାଙ୍କର ରୋଜଗାର ପ୍ରାୟ ୫୦ କୋଟି ଟଙ୍କା ପାଖାପାଖି ବୋଲି ଅନୁମାନ କରାଯାଉଛି। 
ସୂଚନାନୁସାରେ, ଚଳିତଥର ସଲମାନ ତାଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଶୁଣିବାକୁ ମିଳିଛି। 'ବିଗ୍ ବସ୍ ୧୮' ହୋଷ୍ଟ କରିବା ପାଇଁ ସଲମାନ ମାସକୁ ପ୍ରାୟ ୬୦ କୋଟି ଟଙ୍କା ପାରିଶ୍ରମିକ ନେ‌ବେ। 


'ବିଗ୍ ବସ୍ ୧୮'ର ସିଜିନରେ ଜାନ ଖାନ୍, ସୁରବି ଜ୍ୟୋତି, ଅନୀତା ହସନନ୍ଦାନୀ, ସମୟ ରୈନା, ପଲ୍ଲବ ସିଂ ଏବଂ ଅନ୍ୟମାନଙ୍କ ନାମ ସାମ୍ନାକୁ ଆସିଛି। ଗତ କିଛି ବର୍ଷ ମଧ୍ୟରେ ସୋ’ରେ ଟିଭି ସେଲିବ୍ରେଟଙ୍କ ସଂଖ୍ୟା ହ୍ରାସ ପାଇଛି। ତେବେ 'ବିଗ୍ ବସ୍'ର ଓଟିଟି ଭର୍ସନ ଜିଓ ସିନେମାରେ ଖୁବ ସଫଳତା ପାଇଛି। ଗତବର୍ଷ ମୁନବ୍ବର ଫାରୁକି ସୋ’ ଜିତିଥିଲେ ଏବଂ ଅଭିଷେକ କୁମାର ପ୍ରଥମ ରନର୍ ଅପ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe