ବିଗ୍ ବସ୍ ୧୯: ୱିକେଣ୍ଡ୍‌ କା ବାର୍‌ରେ ନଜର ଆସିବେ ଏଲଭିଶ୍ ଯାଦବ

ଏଥର, 'ବିଗ୍ ବସ୍ ୧୯' ର ୱିକେଣ୍ଡ୍ କା ବାର୍‌ରେ ହୋଷ୍ଟ ସଲମାନ ଖାନଙ୍କ ସହ ନଜର ଆସିବେ ୟୁଟ୍ୟୁବର ଏଲଭିଶ୍ ଯାଦବ । ସେ ତାଙ୍କ ଶୈଳୀରେ ଦର୍ଶକଙ୍କୁ ମନୋରଞ୍ଜନ କରିବେ । ସଲମାନ ଖାନ ଏଲଭିଶଙ୍କୁ ମଞ୍ଚ ଉପରେ ସ୍ୱାଗତ କରି କହୁଛନ୍ତି, "ଏକଦମ୍ ସିଷ୍ଟମ୍ ହ୍ୟାଙ୍ଗ୍ କର ଦେନା ।"

Untitled-22

Photograph: (Sambad.in)

ନୂଆଦିଲ୍ଲୀ: ଏଥର, 'ବିଗ୍ ବସ୍ ୧୯' ର ୱିକେଣ୍ଡ୍ କା ବାର୍‌ରେ ହୋଷ୍ଟ ସଲମାନ ଖାନଙ୍କ ସହ ନଜର ଆସିବେ ୟୁଟ୍ୟୁବର ଏଲଭିଶ୍ ଯାଦବ । ସେ ତାଙ୍କ ଶୈଳୀରେ ଦର୍ଶକଙ୍କୁ ମନୋରଞ୍ଜନ କରିବେ । କଲର୍ସ ଚ୍ୟାନେଲ୍ ଇନଷ୍ଟାଗ୍ରାମରେ ଆଗାମୀ ଏପିସୋଡ୍‌ର ଏକ ପ୍ରୋମୋ ପୋଷ୍ଟ କରିଛି, ଯେଉଁଥିରେ ସଲମାନ ଖାନ ଏଲଭିଶଙ୍କୁ ମଞ୍ଚ ଉପରେ ସ୍ୱାଗତ କରି କହୁଛନ୍ତି, "ଏକଦମ୍ ସିଷ୍ଟମ୍ ହ୍ୟାଙ୍ଗ୍ କର ଦେନା ।"

ପରେ ଦେଖିବାକୁ ମିଳିଛି ଯେ, ସଲମାନ ତାଙ୍କୁ ବିଗ୍ ବସ୍ ଘର ଭିତରକୁ ପଠାଇଛନ୍ତି । ବିଗ୍ ବସ୍ ଘର ଭିତରକୁ ଯିବା ମାତ୍ରେ ଏଲଭିଶ ପ୍ରଥମେ ପ୍ରଣୀତଙ୍କୁ ଷ୍ଟୋର୍ ରୁମରୁ କିଛି ଜିନିଷ ନେବାକୁ କହିଛନ୍ତି । ଭିଡିଓରେ ଆହୁରି ମଧ୍ୟ ଦେଖାଯାଉଛି ଯେ, ଜୀଶାନ କାଦରିଙ୍କୁ ପ୍ରଥମେ ଡକାଯାଇଛି, ଏବଂ ସେ କୁନିକା ସଦାନନ୍ଦଙ୍କୁ କହିଛନ୍ତି ଯେ ଯଦି ଏହି ଘରେ ୧୦୦ଟି ସମସ୍ୟା ଅଛି, ସେଥିରୁ ୯୫ଟି ସମସ୍ୟା ତୁମର । ଏହାପରେ ନେହାଲ ଓ ତା’ପରେ ଅଭିଷେକଙ୍କ ପାଳି ପଡ଼ିଥିଲା । ଅଭିଷେକ କୁହନ୍ତି ଯେ ବିଷ ବିଷୟରେ କଥା ହେବା ଏବଂ ଫରହାନାଙ୍କ ନାମ ନ ନେବା ଅସମ୍ଭବ । 

ଆମେ ଆପଣଙ୍କୁ କହିରଖୁଛୁ ଯେ, ବିଗ୍ ବସ୍ ଘରେ ବର୍ତ୍ତମାନ ୧୩ ଜଣ ପ୍ରତିଯୋଗୀ ଅଛନ୍ତି। ସେମାନେ ହେଲେ ଗୌରବ ଖାନ୍ନା, ଅମାଲ ମଲିକ, ଅଶ୍ନୁର କୌର, ମ୍ରିଦୁଲ ତିୱାରୀ, କୁନିକା ସଦାନନ୍ଦ, ବସିର ଅଲ୍ଲୀ, ଅଭିଷେକ ବଜାଜ, ତାନ୍ୟା ମିତ୍ତଲ, ଜିଶାନ କାଦ୍ରି, ନେହଲ ଚୁଡାସମା, ପ୍ରଣୀତ ମୋରେ, ଫରହାନା ଭଟ୍ଟ ଓ ନୀଲମ ଗିରି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe