ଆଇସକ୍ରିମ ଦେଇ ଅପହରଣ କରିଥିଲେ ଟ୍ରକ ଚାଳକ; ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମା କଲେ ଚାଞ୍ଚଲ୍ୟକର ଖୁଲାସା

Advertisment
ଆଇସକ୍ରିମ ଦେଇ ଅପହରଣ କରିଥିଲେ ଟ୍ରକ ଚାଳକ; ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମା କଲେ ଚାଞ୍ଚଲ୍ୟକର ଖୁଲାସା

ମୁମ୍ବାଇ: ଭାରତର ବଡ଼ ରିୟାଲିଟି ସୋ’ ବିଗ୍ ବସ୍-୧୬ରେ ନଜର ଆସି ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମା। ପୂର୍ବରୁ ସେ କିଛି ଫିଲ୍ମ ଓ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିଲେ ବି ରିୟାଲିଟି ସୋ’ ବିଗ୍ ବସ୍ ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା। ଏହି ସୋ’ରେ ସେ ନିଜର ବ୍ୟକ୍ତିତ୍ୱ ଦେଖାଇବା ସହ ଲୋକଙ୍କ ମନ କିଣିଥିଲେ। ତେବେ ଆପଣ ଜାଣନ୍ତି ଥରେ ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମାଙ୍କୁ ଅପହରଣ କରାଯାଇଥିଲା। ଆଇସକ୍ରିମ ଦେଇ ଜଣେ ଟ୍ରକ ଚାଳକ ତାଙ୍କୁ ଅପହରଣ କରିଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ସୌନ୍ଦର୍ଯ୍ୟା।

ସୌନ୍ଦର୍ଯ୍ୟା କହିଛନ୍ତି, 'ଆମ ଘର ପାଖରେ ଏକ କ୍ରୀଡା କମ୍ପ୍ଲେକ୍ସ ଥିଲା। ସବୁବେଳେ ମୁଁ ସେଠାରୁ ବାହାରକୁ ଆସୁଥିବା ବେଳେ ଜଣେ ଟ୍ରକ ଚାଳକ ମୋତେ ଦେଖନ୍ତି। ଦିନେ ସେ ମୋତେ ଆଇସକ୍ରିମ ଦେବା ବାହାନାରେ ଡାକି ମୋତେ ଅପହରଣ କରିଥିଲେ। ହେଲେ ମୋ ଭଉଣୀ ପାଇଁ ମୁଁ ବଞ୍ଚି ଯାଇଥିଲି। ସବୁବେଳେ ସେ ମୋ ସହ ଥିବାରୁ ଟ୍ରକ ଚାଳକ କ୍ରୀଡା କମ୍ପ୍ଲେକ୍ସ ବାହାରେ ମୋତେ ଜଗି ବସୁଥିବା କଥା ସେ ଜାଣିଥିଲେ। ଅପହରଣ ହେବା ବିଷୟରେ ଜାଣି ମୋ ଭଉଣୀ ଘରେ ଟ୍ରକ ଚାଳକ ବିଷୟରେ କହିଥିଲେ। ଏହା ପରେ ଘର ଲୋକ ପୁଲିସର ସାହାଯ୍ୟରେ ମୋତେ ବଞ୍ଚାଇଥିଲେ। ସେବେଠାରୁ ମୋ ପରିବାର ‌ଲୋକେ ମୋତେ ଏକା ଛାଡ଼ିବାକୁ ଡରନ୍ତି।

ଅଭିନେତ୍ରୀଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି। ତାଙ୍କୁ ରାକାଞ୍ଚଲ-୨, କଣ୍ଟ୍ରି ମାଫିଆ ଏବଂ କର୍ମ ଯୁଦ୍ଧରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe