ବାପାଙ୍କ ବିବାହରେ ଖୁସି ଅଛନ୍ତି ସୁମ୍ବୁଲ୍‌; ସାବତ ମାଆଙ୍କ ଝିଅକୁ ନେଇ କହିଲେ ଘରକୁ ଆଉ ଜଣେ ଭଉଣୀ ଆସିବ

Advertisment
ବାପାଙ୍କ ବିବାହରେ ଖୁସି ଅଛନ୍ତି ସୁମ୍ବୁଲ୍‌; ସାବତ ମାଆଙ୍କ ଝିଅକୁ ନେଇ କହିଲେ ଘରକୁ ଆଉ ଜଣେ ଭଉଣୀ ଆସିବ

ମୁମ୍ବାଇ: ‘ବିଗ୍‌ବସ୍‌-୧୬’ରେ ସମସ୍ତଙ୍କ ମନ ଜିତିବା ଆଗରୁ ଧାରାବାହିକ ‘ଇମ୍‌ଲୀ’ ଜରିଆରେ ସଭିଙ୍କ ପ୍ରିୟ ପାଲଟି ସାରିଥିଲେ ‌ଟେଲି ଅଭିନେତ୍ରୀ ସୁମ୍ବୁଲ୍‌ ତୌକିର୍‌ ଖାନ୍‌। ଧାରାବାହିକରେ ସେ ଜଣେ ଗାଉଁଲୀ ଝିଅର ଚରିତ୍ର ନିଭାଇ ସମସ୍ତଙ୍କୁ ନିଜର ଅଭିନୟର ଯାଦୁରେ ବାନ୍ଧିବାରେ ସଫଳ ହୋଇଥିଲେ। ଆପଣ ଜାଣନ୍ତି ଯେ ସୁମ୍ବୁଲ୍‌ଙ୍କ ବାପା ଜଣେ କୋରିଓଗ୍ରାଫର୍‌।

ସେ ଏବେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି। ୧୯ ବର୍ଷୀୟା ଏହି ଅଭିନେତ୍ରୀ ବାପାଙ୍କ ଦ୍ବିତୀୟ ବିବାହକୁ ନେଇ ବେଶ୍‌ ଉତ୍ସୁକ ଅଛନ୍ତି। ଘରକୁ ନୂଆ ସଦସ୍ୟ ଆସିବେ ବୋଲି ସେ ଏବେ ଖୁସି ମନାଉଛନ୍ତି।

ସୁମ୍ବୁଲଙ୍କର ଜଣେ ଭଉଣୀ ବି ଅଛନ୍ତି। ୨ ଝିଅଙ୍କ ବାପା ଏହି କୋରିଓଗ୍ରାଫର୍‌ଙ୍କର ସୁମ୍ବୁଲଙ୍କୁ ୬ ବର୍ଷ ବୟସ ହୋଇଥିବା ବେଳେ ପ୍ରଥମ ପତ୍ନୀଙ୍କଠାରୁ ଛାଡ଼ପତ୍ର ହୋଇ ଯାଇଥିଲା। କୋରିଓଗ୍ରାଫର୍‌ ତୌକିର ଖାନ୍‌ ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର ପରେ ୨ ଜଣ ଝିଅକୁ ଏକା ଏକା ପାଳିଛନ୍ତି। ଏବେ ସୁମ୍ବୁଲ ଏବଂ ତାଙ୍କ ଭଉଣୀ ସାନିଆ ସେମାନଙ୍କ ବାପାଙ୍କୁ ଦ୍ବିତୀୟ ବିବାହ ପାଇଁ ରାଜି କରାଇ ପାରିଛନ୍ତି।

କୋରିଓଗ୍ରାଫର୍‌ ତୌକିର ଖାନ୍‌ ଯାହାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସେ ତାଙ୍କ ପ୍ରଥମ ସ୍ବାମୀଙ୍କ ଛାଡ଼ପତ୍ର ଦେଇଛନ୍ତି। ତାଙ୍କର ପ୍ରଥମ ସ୍ବାମୀଙ୍କଠାରୁ ଏକ ଝିଅ ରହିଛି। ନୂଆ ମାଆଙ୍କ ସହ ଜଣେ ଭଉଣୀକୁ ପାଇବାକୁ ଯାଉଥିବାରୁ ସୁମ୍ବୁଲ୍‌ ଏବେ ବେଶ୍‌ ଖୁସି ଅଛନ୍ତି।

ଆପଣ ଜାଣିଥିବେ ଯେ ସୁମ୍ବୁଲ୍‌ ତାଙ୍କ ବାପାଙ୍କୁ ଖୁବ୍‌ ଭଲପାଆନ୍ତି। ତୌକିର୍‌ଙ୍କର ବି ଟେଲିଭିଜନ ଦୁନିଆରେ ଏକ ଭଲ ନାଁ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe