ହିନା କର୍କଟ ଆକ୍ରାନ୍ତ ଖବରକୁ ମିଥ୍ୟା ବୋଲି କହି‌ଲେ ବିଗବସ ପ୍ରତିଯୋଗୀ

Advertisment
ହିନା କର୍କଟ ଆକ୍ରାନ୍ତ ଖବରକୁ ମିଥ୍ୟା ବୋଲି କହି‌ଲେ ବିଗବସ ପ୍ରତିଯୋଗୀ

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ  ହିନା ଖାନ ସୋସିଆଲ ମିଡ଼ିଆ ଜରିଆରେ ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟରେ ଥିବା କଥା ସେୟାର କରି ସମସ୍ତଙ୍କୁ ଜଣାଇଥିଲେ। ଏହି ଖବର ପାଇବା ପରେ ହିନାଙ୍କ ସମ୍ପର୍କୀୟ ଓ ଫ୍ୟାନ୍ସମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସମସ୍ତ ହିନା ଶୀଘ୍ର ସୁସ୍ଥ ହୋଇଯିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନ‌ା କରିଛନ୍ତି।

ହିନା ସ୍ତନ କର୍କଟରେ ପୀଡ଼ିତ ହେବା ଖବରକୁ ଶୁଣିବା ପରେ ବିଗବସ ଓଟିଟି-୨ର ପ୍ରତିଯୋଗୀ ପୁନିତ ସୁପରଷ୍ଟାର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ହିନା ଖାନଙ୍କୁ କ’ଣ ବାସ୍ତବରେ କର୍କଟ ହୋଇଛି। ଯଦି ବାସ୍ତବ‌ରେ ହୋଇଥାଆନ୍ତା ସେ କ’ଣ ଏମିତି ସକ୍ରିୟ ଥାଆନ୍ତେ। ଏମିତି ନିଜ ରୋଗ ବିଷୟରେ କିଏ କ’ଣ ସୋସିଆଲ ମିଡିଆରେ ପୋଷ୍ଟ କରେ। ସେ ଏପରି ପୋଷ୍ଟ କରି ତାଙ୍କ ଭ୍ୟୁ ଓ ଅନୁଗାମୀମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଉଦ୍ୟମ କରିଛନ୍ତି।

ଯେତେବେଳେ ତାଙ୍କ ଲକ୍ଷ୍ୟ ପୁରା ହୋଇଯିବ ତା’ପରେ ଏକ ପୋଷ୍ଟ ସେୟାର କରିବେ ଯେଉଁଥିରେ ଲେଖାଥିବେ, ‘ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଏବେ ପୁରାପୁରି ସୁସ୍ଥ ଅଛି। ଧନ୍ୟବାନ। ଆପଣଙ୍କ ଭଲପାଇବା, ଆର୍ଶୀବାଦ ଓ ପ୍ରାର୍ଥନା ପାଇଁ। ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧି  କରିବାର ଉପାୟ।’

ପୁନିତ ସୁପରଷ୍ଟାରଙ୍କ ଏହି ଭିଡିଓ ପରେ ଲୋକେ ଟ୍ରୋଲ କରି ପ୍ରତିକ୍ରିୟା ଦେଇ କହିଛନ୍ତି, ‘କିଛିଦିନ ତଳେ ତୁମେ ବି ତ ହୃଦଘାତର ଶିକାର ହୋଇଥିଲ। ତାହାକୁ ତୁମେ ପୁଣି କେମିତି ସମସ୍ତଙ୍କୁ ଜଣାଇଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe