ବିଗବସ ଓଟିଟି ହାଉସରେ ସାପ ବାହାରିବା ଘଟଣାକୁ ନେଇ ନେଇ ଜିଓ ସିନେମାର ପ୍ରତିକ୍ରିୟା

ବିଗବସ ଓଟିଟି ହାଉସରେ ସାପ ବାହାରିବା ଘଟଣାକୁ ନେଇ ନେଇ ଜିଓ ସିନେମାର ପ୍ରତିକ୍ରିୟା

ନୂଆଦିଲ୍ଲୀ: ରିୟଲିଟି ଟେଲିଭିଜନ ସୋ’ ବିଗବସ-୩ର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ଲବ କଟାରିୟାଙ୍କୁ ବଗିଚ‌ାରେ ଏକ ଦଉଡ଼ିରେ ବନ୍ଧା ଯାଇଥିବା ଦେଖିବାକୁ ମିଳୁଛି। ଏଥିସହିତ  ତାଙ୍କ ପଛ ପଟରେ ଥିବା ଗାଲିଚାରେ ଏକ ସାପ ଯାଉଥିବା ଭିଡିଓରେ ନଜର ଆସୁଛି।

ଏହି ଭିଡିଓ ଭାଇରାଲ ହେବାପରେ ଲୋକେ ବିଗବସ ହାଉସରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏହି କ୍ରମରେ ଜିଓ ସିନେମା ସ୍ପଷ୍ଟ କରିଛି କି ବିଗବସ ହାଉସରେ ସାପ ବାହାରିବାକୁ ନେଇ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ତାହା ଏଡିଟିଂ ହୋଇଥିବା ଭିଡିଓ । ଏଥିରେ କୌଣସି ସତ୍ୟତା ନାହିଁ।

ବିଗବସ ସହିତ ଜଡ଼ିତ ଥିବ‌ା ଖବର ପୋଷ୍ଟ କରୁଥିବା ସୋସିଆଲ ମିଡିଆ ହ୍ୟାଣ୍ଡେଲ ଦ ଖବରୀ ଏକ୍ସରେ ଏକ ପୋଷ୍ଟ ସେୟାର କରିଛି। ଯେଉଁଥିରେ ଲେଖା‌ହୋଇଛି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିଗବସ ହାଉସରେ ସାପ ବାହାରିବା ଘଟଣାର ଭିଡିଓ କରି ପୋଷ୍ଟ କରିଛନ୍ତି। ତେବେ ଆପଣମାନଙ୍କୁ ସ୍ପଷ୍ଟ କରିବାକୁ ଯାଇ କହିବୁ କି ବିଗବସ ଓଟିଟି ହାଉସ‌ରେ କୌଣସି ପ୍ରକାର ସାପ ବାହାରି ନାହିଁ। ଲୋକଙ୍କୁ ଭୟଭୀତ କରିବା ପାଇଁ ନଚେତ ନିଜର ଭ୍ୟୁ ବଢ଼ାଇବା ପାଇଁ କିଛି ସାଇଟ ଏଭଳି ଭିଡିଓ ପ୍ରସ୍ତୁତ କରି ପୋଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe