ଓଲିଉଡର ଏହି ଜନପ୍ରିୟ ନିର୍ଦେଶକମାନେ ବିଜୟ ମିଶ୍ରଙ୍କ ସହ କାମ କରିବାର ସୌଭାଗ୍ୟ ପାଇଛନ୍ତି

ବିଶେଷ/ ଶିବଶଙ୍କର ଓଝା

ଓଲିଉଡର ଏହି ଜନପ୍ରିୟ ନିର୍ଦେଶକମାନେ  ବିଜୟ ମିଶ୍ରଙ୍କ ସହ କାମ କରିବାର ସୌଭାଗ୍ୟ ପାଇଛନ୍ତି

କଟକ :ରାଜ୍ୟ ସରକାରଙ୍କ ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ ବିଜୟ ମିଶ୍ର ଏଭଳି ସମୟରେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରିଥିଲେ, ଯେଉଁ ସମୟରେ ପ୍ରଖ୍ୟାତ ସଂଳାପକାର ଡାକ୍ତର ବସନ୍ତ ମହାପାତ୍ର ଓ ବିଶ୍ବଜିତ ଦାସଙ୍କ ରାଜ୍ ଚାଲିଥିଲା। କିନ୍ତୁ ଅଳ୍ପ ସମୟ ଭିତରେ ନିଜର ପ୍ରତିଭା ବଳରେ ବିଜୟ ମିଶ୍ର ଉଭୟଙ୍କୁ ଟପିଯାଇଥିଲେ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ କାହାଣୀକାର, ଚିତ୍ରନାଟ୍ୟ ଲେଖକ ଓ ସଂଳାପକାର ବିଜୟ ମିଶ୍ରଙ୍କ ସହ କାମ କରିବାର ସୌଭାଗ୍ୟ ଯେଉଁ ଓଡ଼ିଆ ସିନେ ନିର୍ଦେଶକଙ୍କ କ୍ଷେତ୍ରରେ ଘଟିଛି, ସେମାନଙ୍କ ସଂପର୍କରେ ଆସନ୍ତୁ ଆଲୋଚନା କରିବା।

publive-image image source-nettv4u

ଓଲିଉଡର ସୋ’ମ୍ୟାନ୍ ତଥା ପ୍ରଖ୍ୟାତ ନିର୍ଦେଶକ ପ୍ରଶାନ୍ତ ନନ୍ଦ ବିଜୟ ମିଶ୍ରଙ୍କ ସହ ତିନିଟି ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଥିଲେ। ଏହି ସିନେମାଗୁଡ଼ିକ ହେଲା ଡୋରା, ଜଗାବଳିଆ ଏବଂ ମା’। ଲୋକପ୍ରିୟ ନିର୍ଦେଶକ ୰ ମହମ୍ମଦ ମହସୀନଙ୍କ ନିର୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ଲକ୍ଷ୍ମୀପ୍ରତିମା’, ‘ମନ ରହିଗଲା ତୁମରିଠାରେ’, ‘ଧର୍ମ ସହିଲେ ହେଲା’, ‘ଲକ୍ଷ୍ମଣ ରେଖା’ ଏବଂ ‘ସନ୍ତାନ’ ଆଦି ସିନେମାର ସଂଳାପ ରଚନା କରିଥିଲେ ବିଜୟ ମିଶ୍ର। ଅଶୀ ଓ ନବେ ଦଶକର ଅନ୍ୟତମ ଲୋକପ୍ରିୟ ନିର୍ଦେଶକ ଡି ବିଜୟ ଭାସ୍କର ଓ ସଂଳାପ ଲେଖକ ବିଜୟ ମିଶ୍ର ‘ଶ୍ରୀଜଗନ୍ନାଥ’, ‘ନାଗପଞ୍ଚମୀ’ ଏବଂ ‘ପାଚେରି ଉଠିଲା ମଝି ଦୁଆରୁ’ ଆଦି ସିନେମାରେ ଏକାଠି କାମ କରିଥିଲେ।
ଲୋକପ୍ରିୟ ନିର୍ଦେଶକ ୰ ଶରତ ପୂଜାରୀ ବି ସଂଳାପ ଲେଖିବା ଲାଗି ବିଜୟ ମିଶ୍ରଙ୍କୁ ତାଙ୍କ ନିର୍ଦେଶିତ ‘ଅଶାନ୍ତଗ୍ରହ’ ଓ ‘ତଅପୋଇ’ରେ ନେଇଥିଲେ।
ଜଣାଶୁଣା ନିର୍ଦେଶକ ସବ୍ୟସାଚୀ ମହାପାତ୍ର ବି ଏହି ସୌଭାଗ୍ୟରୁ ବଞ୍ଚିତ ହୋଇନାହାନ୍ତି। ସେ ବିଜୟ ମିଶ୍ରଙ୍କ ସହ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଥିଲେ। ଏହି ସିନେମାଗୁଡ଼ିକ ହେଲା ‘ବୋଉ’ ଏବଂ ‘ବାହୁଡ଼ିବେ ମୋ ଜଗାବିଳଆ’ ।
ଜଣାଶୁଣା ନିର୍ଦେଶକ ରବି କିନ୍ନାଗୀ ବି ନିଜ ନିର୍ଦେଶିତ ‘ସୁନା ଚଢେଇ’ ଓ ‘ଭୀଷ୍ମ ପ୍ରତିଜ୍ଞା’ରେ ସଂଳାପ ଲେଖକ ବିଜୟ ମିଶ୍ରଙ୍କ ସହ କାମ କରିଥିଲେ।

publive-imageଆଜିକାର ଓଲିଉଡର ଲୋକପ୍ରିୟ ନିର୍ଦେଶକ ବସନ୍ତ ସାହୁ (କି ହେବ ଶୁଆ ପୋଷିଲେ), ସୁଧାଂଶୁ ମୋହନ ସାହୁ (କିଏ ପୋଛିବ ମା’ ଆଖିର ଲୁହ) ଓ ଅଶୋକ ପତି (ବାଜି) ପ୍ରଥମ ସିନେମାରେ ହିଁ ବିଜୟ ମିଶ୍ରଙ୍କ ସହ କାମ କରିବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି। ଏହାପରେ ବି ବସନ୍ତ ସାହୁ ଓ ସୁଧାଂଶୁ ମୋହନ ସାହୁ ବିଜୟ ମିଶ୍ରଙ୍କ ସହ ପୁଣି କାମ କରିଛନ୍ତି।
ପ୍ରଖ୍ୟାତ ନିର୍ଦେଶକ ୰ହର ପଟ୍ଟନାୟକ କେବଳ ଦୁଇଟି ସିନେମା ‘ଯଶୋଦା’ ଏବଂ ‘ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର’ରେ ବିଜୟ ମିଶ୍ରଙ୍କ ସହ କାମ କରିଥିଲେ।

ଲୋକପ୍ରିୟ ନିର୍ଦେଶକ ସଂଗ୍ରାମ ବିଶ୍ବାଳ କେବଳ ଗୋଟିଏ ସିନେମା ‘ଆଇ ଲଭ ମାଇଁ ଇଣ୍ଡିଆ’ରେ ବିଜୟ ମିଶ୍ରଙ୍କ ସହ କାମ କରିବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି। ଜଣାଶୁଣା ନିର୍ଦେଶକ ହିମାଂଶୁ ପରିଜା ‘ଯେ ପାଞ୍ଚେ ପରମନ୍ଦ’, ‘ନାରୀ ନୁହେଁ ତୁ ନାରାୟଣୀ’,‘କୁଳନନ୍ଦନ’, କଥା ଦେଇଥିଲି ମା’କୁ’ ଭଳି ସିନେମାରେ ବିଜୟ ମିଶ୍ରଙ୍କ ସହ କାମ କରିବାର ସୌଭାଗ୍ୟ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe