ଦକ୍ଷିଣୀ ଅଭିନେତାଙ୍କ ଏହି ଫଟୋ ସୃଷ୍ଟି କଲା ରେକର୍ଡ, କାହିଁକି ଜାଣନ୍ତୁ?

Advertisment
ଦକ୍ଷିଣୀ ଅଭିନେତାଙ୍କ ଏହି ଫଟୋ ସୃଷ୍ଟି କଲା ରେକର୍ଡ, କାହିଁକି ଜାଣନ୍ତୁ?

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ ଅଭିନେତା ବିଜୟଙ୍କ ଏକ ଫଟୋ ନୂଆ ରେକର୍ଡ ସୃଷ୍ଟି କରିଛି | ବଲିଉଡର ଅନେକ ଷ୍ଟାର ସୋସିଆଲ ମିଡିଆରେ ସକ୍ରିୟ ଥିଲେ ବି ତାମିଲ ଅଭିନେତା ବିଜୟଙ୍କ ଏକ ସେଲଫି ଟ୍ୱିଟରରେ ରେକର୍ଡ କରିଛି। ବିଜୟଙ୍କ ଏହି ସେଲଫି ଟ୍ୱିଟରରେ ସର୍ବାଧିକ ରିଟ୍ୱିଟ ସେଲଫି ହୋଇପାରିଛି। ମିଳିଥିବା ସୂଚନା ମୁତାବକ ସୁପରଷ୍ଟାର ବିଜୟ ଫେବୃୟାରୀ ମାସରେ ତାମିଲନାଡୁର ନେଭେଲି ସହରରେ ଜନସାଧାରଣଙ୍କ ସହ ଏକ ସେଲଫି ନେଇଥିଲେ |

ଆଉ ଏହାକୁ ଟ୍ୱିଟରରେ ସେୟାର କରିଥିଲେ | ଏହି ସେଲଫି ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଲକ୍ଷ ୫୮ ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି। ଏଥି ସହିତ, ତିନି ଲକ୍ଷ ୭୭ ହଜାରରୁ ଅଧିକ ଲୋକ ମଧ୍ୟ ଏହି ସେଲଫି ପସନ୍ଦ କରିଛନ୍ତି। ତାମିଲନାଡୁରେ ବିଜୟଙ୍କ ଲୋକପ୍ରିୟତା ଖୁବ ଅଧିକ। ତେବେ ଆୟକର ବିଭାଗ ବିଜୟଙ୍କ ଘରେ ଚଢ଼ାଉ କରିବା ପରେ ଲୋକପ୍ରିୟତା କମିବ ବୋଲି ଚର୍ଚ୍ଚା ଜୋର ଧରିଥିଲା | ଆୟକର ବିଭାଗ ସନ୍ଦେହ କରିଥିଲା ଯେ ଗତ ବର୍ଷ ମୁକ୍ତିଲାଭ କରିଥିବା ବିଜୟଙ୍କ ଫିଲ୍ମ 'ବିଜିଲ' ବକ୍ସ ଅଫିସରେ ଯାହା ଆୟ କରିଥିଲା, ସେଥିରେ ବିଜୟ କିଛି ହେରଫେର କରିଥିଲେ ।


ସେତେବେଳେ ବିଜୟ ତାଙ୍କ ପରବର୍ତ୍ତୀ ଫିଲ୍ମ 'ମାଷ୍ଟର'ର ସୁଟିଂ କରୁଥିଲେ | ଏହା ପରେ ଆୟକର ବିଭାଗ ବିଜୟଙ୍କୁ ଚେନ୍ନାଇ ସ୍ଥିତ ତାଙ୍କ ଘରକୁ ଡାକି ପଚରାଉଚରା କରିଥିଲା । ତେବେ ଏହା ବିଜୟଙ୍କ ଲୋକପ୍ରିୟତା ଉପରେ କୌଣସି ପ୍ରଭାବ ପକାଇ ନଥିଲା ଏବଂ ତାଙ୍କର ସେଲଫି, ଟ୍ୱିଟରରେ ସେଲ୍ଫି ଅଫ ଦି ଇୟର ଆଖ୍ୟା ପାଇଛି | ବିଜୟ ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ମାଷ୍ଟର'ର ରିଲିଜକୁ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିଲା, ଯାହା ୟୁଟ୍ୟୁବରେ ରିଲିଜ ହେବା ପରେ ସବୁଠାରୁ ଅଧିକ ଦେଖାଯାଇଥିବା ଟିଜର ହୋଇପାରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe