ଏହି ସୁପରହିଟ୍ ଓଡ଼ିଆ ଫିଲ୍ମର ହିନ୍ଦୀ ରିମେକରେ ବିଜୟ ମହାନ୍ତିଙ୍କ ଭୂମିକା ନିଭାଇଥିଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଶତ୍ରୁଘ୍ନ ସିହ୍ନା

Advertisment
ଏହି ସୁପରହିଟ୍ ଓଡ଼ିଆ ଫିଲ୍ମର ହିନ୍ଦୀ ରିମେକରେ ବିଜୟ ମହାନ୍ତିଙ୍କ ଭୂମିକା ନିଭାଇଥିଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଶତ୍ରୁଘ୍ନ ସିହ୍ନା

News Brig

ଭୁବନେଶ୍ବର: କୋଟି କୋଟି ଓଡ଼ିଆଙ୍କର ପ୍ରିୟ ଅଭିନେତା ବିଜୟ ମହାନ୍ତି ପ୍ରଖ୍ୟାତ ନିର୍ଦେଶକ ଶିଶିର ମିଶ୍ରଙ୍କ ସହ ବେଶ୍ କେତୋଟି ଓଡ଼ିଆ ସିନେମାରେ ଅଭିନୟ କରିଥିଲେ। ହେଲେ ଆପଣ କ’ଣ ଜାଣନ୍ତି କି ଶିଶିର ମିଶ୍ର ତାଙ୍କର ଏକ ସୁପରହିଟ୍ ଓଡ଼ିଆ ଫିଲ୍ମର ହିନ୍ଦୀ ରିମେକ୍ କରିଥିଲେ।

ହଁ ୧୯୮୬ରେ ମୁକ୍ତିଲାଭ କରିଥିବା ନିର୍ମାତା ଧୀର ବିଶ୍ବାଳଙ୍କ ‘ଏଇ ଆମ ସଂସାର’ର ହିନ୍ଦୀ ରିମେକ୍ ତିଆରି କରିଥିଲେ ଶିଶିର ମିଶ୍ର। ‘ଏଇ ଆମ ସଂସାର’ର ମୁଖ୍ୟ କଳାକାରମାନେ ହେଲେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ତନ୍ଦ୍ରା, ଅପରାଜିତା, ବୈଶାଳୀ, ଅସିତ୍ ପତି ଓ ହର ପଟ୍ଟନାୟକ ପ୍ରମୁଖ। ଏହାର ସଙ୍ଗୀତ ନିର୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି। ‘ଏଇ ଆମ ସଂସାର’ ହେଉଛି ବିଜୟଙ୍କ କ୍ୟାରିଅରର ଏକ ମାଇଲ୍ ଖୁଣ୍ଟ।

publive-image image source-youtube

ଏହି ଓଡ଼ିଆ ସିନେମାରେ ନିର୍ଦେଶକ ଶିଶିର ମିଶ୍ର ଯେଉଁ ଭୂମିକାଟି ବିଜୟ ମହାନ୍ତିଙ୍କୁ ଦେଇଥିଲେ , ହିନ୍ଦୀରେ ସେହି ଚରିତ୍ରଟିରେ ବଲିଉଡର ପ୍ରଖ୍ୟାତ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ନେଇଥିଲେ। ଏଠାରେ ଯେଉଁ ହିନ୍ଦୀ ସିନେମାର କଥା କୁହାଯାଉଛି, ତାର ଟାଇଟଲ୍ ଥିଲା ‘ବିଲ୍ଲୁ ବାଦଶାହା’। ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ସୁରେଶ ଏସଙ୍କ ପ୍ରଯୋଜିତ  ‘ବିଲ୍ଲୁ ବାଦଶାହା’ରେ ଶତ୍ରୁଘ୍ନ ସିହ୍ନାଙ୍କ ବ୍ୟତୀତ ଅନୀତା ରାଜ୍, ଗୋବିନ୍ଦା,  ନୀଲମ୍, କାଦର୍ ଖାନ୍ ଓ ଗୁଲଶନ୍ ଗ୍ରୋଭର୍  ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କହିବା ବାହୁଲ୍ୟ, ‘ବିଲ୍ଲୁ ବାଦଶାହା’ ବି ସଫଳତା ହାସଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe