photo--pathankot.com
ମୁମ୍ବାଇ: ବାହାଘରର କିଛି ମାସ ପରେ ବିପାସା ବସୁ ଓ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭର ଏକ କଣ୍ଡୋମ୍ ବିଜ୍ଞାପନରେ କାମ କରି ଚର୍ଚ୍ଚାକୁ ଆସିଥିଲେ। କାରଣ ସବୁବେଳେ ଚର୍ଚ୍ଚାରେ ରହିବାକୁ ଚାହାଁନ୍ତି ବିପାସା ।ଏଥିପାଇଁ ତାଙ୍କୁ ଫିଲ୍ମରେ ମନପସନ୍ଦ ରୋଲ୍ ନ ମିଳିଲେ ସେ କାମ କରନ୍ତି ନାହିଁ,ଅଥଚ ପବ୍ଲିସିଟିରେ ମାହିର୍। ଏବେ ସେ ପୁଣି ଚର୍ଚ୍ଚାରେ ଅଛନ୍ତି। କଥା କ’ଣକି ବିପାସା ବସୁ ଗର୍ଭବତୀ ଥିବା ନେଇ କିଛି ଦିନରୁ ଚର୍ଚ୍ଚା ଚାଲିଛି। ତାଙ୍କର ପେଟ ବଡ଼ ଦିଶିବା ଫଳରେ ଏକଥାକୁ ମିଡିଆ ସତ ବୋଲି ମାନି ନେଲା। କେତେକ ମିଡିଆରେ ବିପାସା ଗର୍ଭବତୀ ଥିବାର ମଧ୍ୟ ଖବର ପ୍ରକାଶ ପାଇଲା। ଏହାକୁ ନେଇ ଆଗରୁ ବିପାସା କିଛି କହୁ ନଥିଲେ ହେଲେ ଏଥର ନିଜେ ଗର୍ଭବତୀ ନୁହନ୍ତି ବୋଲି ସଫେଇ ଦେଇଛନ୍ତି। ସେ ନିଜର ଟ୍ୟୁଟରରେ ଲେଖିଛନ୍ତି ଯେ ‘ ମୁଁ ଗର୍ଭବତୀ ନୁହେଁ । ପ୍ରକୃତରେ ନିଜର କୋଳରେ ଏକ ବ୍ୟାଗ୍ ରଖିଥିଲି ଯାହାକୁ ଦେଖି ମିଡିଆ ଲୋକେ ଭାବିଲେ ମୁଁ ଗର୍ଭବତୀ। ’
ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ବିପାସା ଓ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭରଙ୍କୁ ଏକାଠି ମୁମ୍ବାଇର ଏକ ହସ୍ପିଟାଲ୍ରେ ଦେଖିବାକୁ ମିଳିଥିଲା।ସେହି ଫଟୋ ବି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା।ସେତେବେଳେ ଜୋରସୋରରେ ଚର୍ଚ୍ଚା ହେଲା ଯେ,ବୋଧହୁଏ ବିପାସା ଗର୍ଭବତୀ ଓ ନିଜର ଚେକ୍ଅପ୍ ପାଇଁ ହସ୍ପିଟାଲକୁ ଆସିଥିଲେ।ହେଲେ ଏହାକୁ ବିପାସାଙ୍କର ମୁଖପାତ୍ର ଅସ୍ୱୀକାର କରିଥିଲେ।ସେ କହିଥିଲେ ଯେ କରଣଙ୍କ ଗଳାରେ ସଂକ୍ରମଣ ହୋଇଥିବା ଯୋଗୁଁ ପତି-ପତ୍ନୀ ଡ଼ାକ୍ତରଖାନାକୁ ଯାଇଥିଲେ।ଏହି ଘଟଣା ପାଇଁ କିନ୍ତୁ ବିପାସା ବେଶ୍ ଚର୍ଚ୍ଚାରେ ରହଥିଲେ।
Follow Us