୨୦୧୫ପରଠୁ ଫିଲ୍ମ ନକରି ବି ଏଭଳି ଉପାୟ‌ରେ ଟଙ୍କା ଆୟ କରୁଛନ୍ତି ବିପାଶା

Advertisment
୨୦୧୫ପରଠୁ ଫିଲ୍ମ ନକରି ବି ଏଭଳି ଉପାୟ‌ରେ ଟଙ୍କା ଆୟ କରୁଛନ୍ତି ବିପାଶା

ମୁମ୍ବାଇ: 'ରାଜ୍' ଏବଂ 'ନୋ ଏଣ୍ଟ୍ରି' ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିବା ଅଭିନେତ୍ରୀ ବିପାଶା ବସୁଙ୍କୁ ଶେଷ ଥର ପାଇଁ 'ଏଲୋନ' ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ୨୦୧୫ମସିହାରେ ମୁକ୍ତିଲାଭ କରିଥିଲା ​। ଏହା ପରେ ଅଭିନେତ୍ରୀ କୌଣସି ଫିଲ୍ମ କିମ୍ବା ୱେବ୍ ସିରିଜରେ କାମ କରିନଥିଲେ। କାରଣ ୨୦୧୬ରେ ସେ ଅଭିନେତା କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ। ବିବାହ ପରେ ପରେ ସେ ଘରେ ରହିବାକୁ ନିଷ୍ପତ୍ତି ନେଇଥିଲେ ବି ଘରେ ରହି ସେ କୋଟି କୋଟି ଟଙ୍କା ଆୟ କରୁଥିବା ଜଣାପଡ଼ିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିପାଶାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୩୦କୋଟି ଟଙ୍କା। ଫିଲ୍ମ କରୁନଥିଲେ ବି ବିଜ୍ଞାପନ ମାଧ୍ୟମରେ ସେ ଟଙ୍କା ଆୟ କରନ୍ତି। ଏହା ବ୍ୟତୀତ ବିପାଶା ବସୁ ଷ୍ଟେଜ୍ ସୋ, ଉଦଘାଟନୀ ସମାରୋହ ପରି ଇଭେଣ୍ଟରେ ମଧ୍ୟ ଅଂଶଗ୍ରହଣ କରନ୍ତି। ଖବର ଅନୁଯାୟୀ ଏଥିପାଇଁ ସେ ପ୍ରାୟ ୨କୋଟି ଟଙ୍କା ନେଇଥାନ୍ତି। ଏହା ବ୍ୟତୀତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ କରି ମଧ୍ୟ ସେ ଟଙ୍କା ରୋଜଗାର କରୁଛନ୍ତି।

କୋଟି କୋଟି ଟଙ୍କାର ଆୟ ସହିତ ବିପାଶାଙ୍କ ପାଖରେ ମୁମ୍ବାଇ ଏବଂ କୋଲକାତାରେ ନିଜର ବିଳାସପୂର୍ଣ୍ଣ ଘର ରହିଛି। ଏହା ସହ ତାଙ୍କ ପାଖରେ ପୋର୍ସ, ଅଡି ୭, ଭୋଲ୍ସୱେଗେନ ବିଟଲ ଭଳି ବିଳାସପୂର୍ଣ୍ଣ କାର ମଧ୍ୟ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe