ଶାହାରୁଖଙ୍କ ଜନ୍ମଦିନରେ ମାଧୁରୀଙ୍କଠାରୁ ଆରମ୍ଭ କରି କଟ୍ରିନାଙ୍କ ଯାଏ ସମସ୍ତେ କଲେ ଏଭଳି ପୋଷ୍ଟ

Advertisment
ଶାହାରୁଖଙ୍କ ଜନ୍ମଦିନରେ ମାଧୁରୀଙ୍କଠାରୁ ଆରମ୍ଭ କରି କଟ୍ରିନାଙ୍କ ଯାଏ ସମସ୍ତେ କଲେ ଏଭଳି ପୋଷ୍ଟ

ମୁମ୍ବାଇ: ଅନନ୍ୟ ଅଭିନେତା ତଥା ବଲିଉଡର ବାଦଶାହ ଶାହାରୁଖ ଖାନ ପ୍ରଶଂସକମାନଙ୍କ ହୃଦୟରେ ରାଜ୍ କରନ୍ତି। ରୋମାଣ୍ଟିକ ହିରୋ ଭାବେ ସେ ବଲିଉଡରେ ବେଶ୍ ପରିଚିତ। ନିଜ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖନ୍ତି । ଆଜି ଶାହାରୁଖଙ୍କ ଜନ୍ମ ଦିନ ।  ୫୬ ବର୍ଷରେ ପଦାର୍ପଣ କରିଛନ୍ତି ଏହି ଅନନ୍ୟ ଅଭିନେତା।

ଏହି ଅବସରରେ ଅଭିନେତାଙ୍କ କୋ-ଷ୍ଟାରମାନେ ସୋସିଆଲ ମିଡିଆରେ ଶାହାରୁଖଙ୍କୁ ନିଜନିଜ ଶୈଳୀରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ମାଧୁରୀ ଦୀକ୍ଷିତ ଏବଂ କରିସ୍ମା କପୁର ଶାହାରୁଖଙ୍କ ସହ ଥ୍ରୋବ୍ୟାକ୍ ଫଟୋ ପୋଷ୍ଟ କରିଥିବାବେଳେ ଅନ୍ୟମାନେ ଅଭିନେତାଙ୍କ ପାଇଁ ହୃଦୟସ୍ପର୍ଶୀ ପୋଷ୍ଟ ଲେଖିଥିଲେ।

‘ଦେବଦାସ’, ‘ଦିଲ୍ ତୋ ପାଗଲ୍ ହୈ’, ‘କୋଏଲା’, ‘ଅଞ୍ଜାମ’ ଭଳି ଚଳଚ୍ଚିତ୍ରରେ ଶାହାରୁଖଙ୍କ ସହିତ କାମ କରିଥିବା ମାଧୁରୀ ଦୀକ୍ଷିତ ଲେଖିଛନ୍ତି: "ସବୁଠାରୁ ନମ୍ର ତଥା ଚିତ୍ତାକର୍ଷକ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆପଣ ଏକ ଦୀର୍ଘ ଏବଂ ସୁଖମୟ ଜୀବନଯାପନ କରନ୍ତୁ।’’

ସେହିପରି କରିନା କପୁର ଲେଖିଛନ୍ତି, ସବୁଦିନ ପାଇଁ ନିଷ୍ପତ୍ତି। ଜନ୍ମଦିନର ଶୁଭେଚ୍ଛା ଶାହାରୁଖ। କରିସ୍ମା କପୁର ଲେଖିଛନ୍ତି, ସ୍ମୃତି ଏବଂ ମୁହୂର୍ତ୍ତ । ଆଶା କରେ ତୁମର ଜନ୍ମଦିନ ଖୁବ ଭଲରେ ଯାଉ ଶାହାରୁଖ।

ଅନୁଷ୍କା ଶର୍ମା ଶାହାରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ। ତୁମେ ସବୁବେଳେ ଉଜ୍ଜ୍ୱଳ ଆଲୋକିତ ରୁହ ବୋଲି ଲେଖି ପୋଷ୍ଟ କରିଥିଲେ। ଏହିକ୍ରମରେ କଟ୍ରିନା କୈଫ ଶାହାରୁଖଙ୍କ ଜନ୍ମଦିନରେ ଲେଖିଛନ୍ତି, ତୁମ ଭଳି କେହି ନାହାନ୍ତି ଶାହାରୁଖ ଖାନ। ଏହି ବର୍ଷ ଏବଂ ପ୍ରତିବର୍ଷ ସମସ୍ତ ସ୍ନେହ ଏବଂ ଆଲୋକ ଆପଣଙ୍କ ସହିତ ରହୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe