ରାଜେଶ୍‌ ଖାନ୍ନା ଏବଂ ଜିତେନ୍ଦ୍ରଙ୍କ ସହ ଏହି ଦୃଶ୍ୟରେ ଅଭିନୟ କରି ବେଶ୍ ଚର୍ଚ୍ଚା ସାଉଁଟିଥିଲେ ରେଖା!

ରାଜେଶ୍‌ ଖାନ୍ନା ଏବଂ ଜିତେନ୍ଦ୍ରଙ୍କ ସହ ଏହି ଦୃଶ୍ୟରେ ଅଭିନୟ କରି ବେଶ୍ ଚର୍ଚ୍ଚା ସାଉଁଟିଥିଲେ ରେଖା!

image source--indiatoday

ଭୁବନେଶ୍ବର: ସତୁରୀ ଓ ଅଶୀ ଦଶକର ଲୋକପ୍ରିୟ ନାୟିକା ରେଖାଙ୍କର ଆଜି ହେଉଛି ଜନ୍ମଦିନ। ସେ ୧୯୫୪ ମସିହା ଅକ୍ଟୋବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ଅବସରରେ ରେଖା ଅଭିନୟ କରିଥିବା କେତେକ ଚର୍ଚ୍ଚିତ ସ୍ନାନ ଦୃଶ୍ୟ ବିଷୟରେ ଜାଣିବା

ରେଖା ବେଶ୍‌ କେତୋଟି ଫିଲ୍ମ‘ହଟ୍‌ ବାଥିଂ ସିନ୍‌’ କରିଥିଲେ।ଫିଲ୍ମ ‘ଆଂଚଲ୍‌’ରେ ରେଖା ଏକ ଗାଆଁର ଝିଅ ଭୂମିକାରେ ନଜର ଆସିଥିଲେ। ଏହି ସିନଟି ଥିଲା ଏପରି…ରେଖା ଝରଣାରେ ସ୍ନାନ କରୁଥିବେ ଓ ନାୟକ (ରାଜେଶ୍‌ ଖାନ୍ନା)ତା’ଙ୍କୁ ଦେଖୁଥିବେ।ସ୍ନାନ ସମୟରେ ରେଖା ପଚାରନ୍ତି-‘ଆରେ ତୁମକା ଦେଖ୍‌ ରହେ ଥେ’.....। ରାଜେଶ୍‌ ଖାନ୍ନା କହନ୍ତି-ଆରେ ତୁୁମ୍‌ରା ୟେ ଗୋରା ଅଙ୍ଗ୍‌ .....।ପୁଣି ରେଖା କହନ୍ତି-ତୁମ୍‌ ପାଗଲ୍‌ ହୋ.....।ରାଜେଶ୍‌ କହନ୍ତି-ନେହିଁ ମେଁ ବଦମାସ୍‌ ହୁଁ...।ରେଖା କହନ୍ତି-ତୁମ୍‌ ବୁଦ୍ଦୁ ହୋ....।ଏହି ହଟ୍‌ ବାଥିଂ ସିନ୍‌ ପରେ ରାଜେଶ ଖାନ୍ନା ନିଜେ ପିନ୍ଧିଥିବା କୁର୍ତ୍ତା ରେଖାଙ୍କୁ ଦେଇ ନିଜର ଅଙ୍ଗ ସୌଷ୍ଠବ ଲୁଚାଇବାକୁ କହନ୍ତି।ଏହାପରେ ରାଜେଶ୍‌ ନିଜେ ହିଁ ଫୁଙ୍ଗୁଳା ଦେହ ହୋଇଯାଆନ୍ତି। ଏହି ଦୃଶ୍ୟଟି କିଛି କମ୍‌ ଉତ୍ତେଜକ ନଥିଲା।

publive-image image source-youtube

ରେଖାଙ୍କର ଆଉ ଏକ ଚର୍ଚ୍ଚିତ ସ୍ନାନଦୃଶ୍ୟଟି ଥିଲା-ସାଓ୍ଵନ୍‌ କୁମାରଙ୍କ ନିର୍ଦ୍ଦେଶିତ ‘ସୌତନ୍‌ କୀ ବେଟି’ରେ।ଏହା ମଧ୍ୟ ଖୁବ୍‌ ହଟ୍‌ ଓ ବୋଲ୍‌ଡ଼ ଥିଲା। ବାଥ୍‌ଟ୍ୟୁବ୍‌ରେ ରେଖା ଓ ଜିତେନ୍ଦ୍ର ସ୍ନାନ କରୁଥିବାର ଦୃଶ୍ୟ ଥିଲା।ତା’ସାଙ୍ଗକୁ ସେ ଦୁହେଁ ପରସ୍ପରକୁ ଚକ୍‌ଲେଟ୍‌ ଖୁଆଉଛନ୍ତି ସେହି ସ୍ନାନ ସମୟରେ।ଫେଣ ଥିବା ପାଣି ଭିତରେ ଜିତେନ୍ଦ୍ର-ରେଖା ସଂପୂର୍ଣ୍ଣ ନଗ୍ନାବସ୍ଥାରେ ସ୍ନାନ କରୁଥିବା ଏହି ଦୃଶ୍ୟଟି ସେତେବେଳେ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe