image source--Net-Worth
ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତା ତଥା ଗୁରୁଦାସପୁରର ଲୋକସଭା ସାଂସଦ ସନ୍ନି ଦେଓଲଙ୍କ ଜନ୍ମଦିନ। ସେ ୧୯୫୬ ମସିହା ଆଜିର ଦିନରେ ଜନ୍ମଲାଭ କରିଥିଲେ। ତାଙ୍କ ଜନ୍ମଦିବସ ଅବସରରେ ସନ୍ନି ଦେଓଲଙ୍କ ଏକ ମଜାଦାର କଥା ଜାଣିବା…
ସନ୍ନି ଦେଓଲ ତିନି ଖାନଙ୍କ ମଧ୍ୟରୁ ସଲମାନ ଖାନଙ୍କ ସହ ‘ଜିତ୍’ ,ଶାହରୁଖ ଖାନଙ୍କ ସହ ‘ଡର’ରେ କାମ କରିଛନ୍ତି। ତେବେ ସେ ଅଭିନେତା ଅମୀର ଖାନଙ୍କ ସହ କେବେ ବି କାମ କରିନାହାନ୍ତି ।
ନବେ ଦଶକ ଓ ଦୁଇ ହଜାରର ପ୍ରଥମ ଦଶନ୍ଧିରେ ଉଭୟ ମିଷ୍ଟର ପରଫେକସନିଷ୍ଟ୍ ଅମୀର ଖାନ୍ ଓ ଆକ୍ସନ୍ ମ୍ୟାନ୍ ସନ୍ନି ଦେଓଲ ଥିଲେ ବେଶ୍ ଲୋକପ୍ରିୟ। ଏ ଦୁହେଁ ଆଜି ଯାଏଁ କୌଣସି ବି ଫିଲ୍ମରେ ଏକାଠି କାମ କରି ନାହାନ୍ତି।
image -india tvଥରେ ଉଭୟଙ୍କୁ ଗୋଟିଏ ସିନେମାରେ ଦେଖିବାର ସୁଯୋଗ ପାଇଥା’ନ୍ତେ ଦର୍ଶକ। କିନ୍ତୁ ତାହା ସମ୍ଭବ ହୋଇପାରି ନଥିଲା। ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ୟଶ୍ ଚୋପ୍ରା ଅମୀର୍ ଖାନ୍ ଓ ସନ୍ନି ଦେଓଲଙ୍କୁ ନେଇ ତାଙ୍କ ସୁପରହିଟ୍ ଫିଲ୍ମ‘ଡର୍’ର ପ୍ଲାନିଂ କରିଥିଲେ। ଫିଲ୍ମ ‘ଡର୍’ର ସ୍କ୍ରିପ୍ଟ ଶୁଣିବାପରେ ଅମୀର ଖାନ୍ ପ୍ରଥମେ ରାଜି ହୋଇଥିଲେ। ହେଲେ ପରେ ମନା କରିଦେଇଥିଲେ। ତେବେ ସନ୍ନି ଦେଓଲ୍ ମତ ପରିବର୍ତ୍ତନ କରିନଥିଲେ।
ଅମୀର୍ ଖାନ୍ ମନା କରିବାପରେ ଶାହରୁଖ୍ ଖାନ୍ଙ୍କୁ ମିଳିଥିଲା ‘ଡର୍’ର ଅଫର୍। ସେ ରାଜି ହୋଇଥିଲେ। ଯଦି ଅମୀର୍ ଖାନ୍ ଖାନ୍ ‘ଡର୍’ରେ କାମ କରିଥାନ୍ତେ , ତେବେ ସନ୍ନି ଦେଓଲଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥାନ୍ତି ପରଦାରେ, ହେଲେ ତାହା ସମ୍ଭବ ହେଲା ନାହିଁ।
Follow Us