Advertisment

ଏଯାଏ ଓଲିଉଡର ଏହି ଲୋକପ୍ରିୟ ନାୟିକାଙ୍କ ସାଥ୍ ପାଇନାହାନ୍ତି ସବ୍ୟସାଚୀ

Advertisment
ଏଯାଏ ଓଲିଉଡର ଏହି ଲୋକପ୍ରିୟ ନାୟିକାଙ୍କ ସାଥ୍ ପାଇନାହାନ୍ତି ସବ୍ୟସାଚୀ

Outlook India

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ସବ୍ୟସାଚୀ ମିଶ୍ରଙ୍କର ଆଜି ଜନ୍ମଦିନ। ସେ ଓଲିଉଡରେ ପ୍ରାୟ ୧୫ ବର୍ଷ ହେଲା ସକ୍ରିୟ ଅଛନ୍ତି। ସୋବର ବୟ ଭାବେ ପରିଚିତ ସବ୍ୟସାଚୀଙ୍କ ମୁକ୍ତିପ୍ରାପ୍ତ ପ୍ରଥମ ଓଡ଼ିଆ ସିନେମା ହେଲା ‘ ପାଗଳପ୍ରେମୀ’ । ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନାୟିକା ଭୂମିକାରେ ଥିଲେ ବଙ୍ଗୀୟ ଯୁବତୀ ଅର୍ପିତା।
ଏହାପରେ ସେ ଅର୍ଚ୍ଚିତା, ବର୍ଷା ପ୍ରିୟଦର୍ଶିନୀ, ରୀୟା, ପ୍ରିୟା, ତମନ୍ନା ଓ ଏଲିନା ପ୍ରମୁଖ ଜଣାଶୁଣା ନାୟିକାଙ୍କ ବିପକ୍ଷରେ ନାୟକ ବନିଛନ୍ତି। ତେବେ ଆଉଜଣେ ଆଗଧାଡ଼ିର ନାୟିକାଙ୍କ ସହ ପରଦାରେ ରୋମାନ୍ସ କରିବାର ଏଯାଏ ସୁଯୋଗ ପାଇନାହାନ୍ତି ସବ୍ୟସାଚୀ। ଏହି ନାୟିକା ହେଲେ ଅନୁ ଚୌଧୁରୀ। ତାଙ୍କ ବିପକ୍ଷରେ କୌଣସି ସିନେମାରେ ଏ ଯାଏଁ ନାୟକ ହେବାର ସୁଯୋଗ ମିଳିନାହିଁ ସବ୍ୟସାଚୀଙ୍କୁ।

publive-image
ସୂଚନାଯୋଗ୍ୟ, ଅନୁ ଚୌଧୁରୀ ୧୯୯୮ରେ ମୁକ୍ତିଲାଭ କରିଥିବା ‘ ମା’ ଗୋଜବାୟାଣୀ’ ସିନେମାରୁ ଓଲିଉଡରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ନାୟକ ଭୂମିକାରେ ଅଭିନୟ କରିଥିଲେ ମନୋଜ ପଣ୍ଡା। କେବଳ ଏହି ସିନେମାରେ ମନୋଜ ନାୟକ ଭୂମିକା ନିଭାଇଥିଲେ। ଏହାପରେ ଅନୁ ଓଲିଉଡର ଅଧିକାଂଶ ଟପ୍ ନାୟକଙ୍କ ସହ ସ୍କ୍ରିନ୍ ସେଆର୍ କରିଛନ୍ତି। ଏମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ୍ , ଆକାଶ ଓ ସୁନୀଲ କୁମାର ପ୍ରମୁଖ ଅଛନ୍ତି। ହେଲେ ଅନୁ ଏଯାଏଁ ସବ୍ୟସାଚୀଙ୍କ ସାଥ୍ ପାଇ ନାହାନ୍ତି। ଅନୁ ଚୌଧୁରୀ ଓ ସବ୍ୟସାଚୀଙ୍କ ଯୋଡ଼ିକୁ କେବେ ପରଦାରେ ଦେଖିବାକୁ ମିଳିବ, ତାହା ସମୟ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe