୫୭ ବର୍ଷ ବୟସରେ ‘ଡ୍ୟାନ୍ସିଂ ସୁପରଷ୍ଟାର୍‌’; ଏହି କାରଣରୁ ‘ତାଜ୍‌‌ ହୋଟେଲ୍‌’ରେ ଷ୍ଟିୱାର୍ଡ ଚାକିରି ପାଇ ନଥିଲେ ‌ଗୋବିନ୍ଦା

Advertisment
୫୭ ବର୍ଷ ବୟସରେ ‘ଡ୍ୟାନ୍ସିଂ ସୁପରଷ୍ଟାର୍‌’; ଏହି କାରଣରୁ ‘ତାଜ୍‌‌ ହୋଟେଲ୍‌’ରେ ଷ୍ଟିୱାର୍ଡ ଚାକିରି ପାଇ ନଥିଲେ ‌ଗୋବିନ୍ଦା

Republic World

ମୁମ୍ବାଇ: ଆଜି ବଲିଉଡ୍‌ର ‘ଡ୍ୟାନ୍ସିଂ ଷ୍ଟାର୍‌’ ଗୋବିନ୍ଦାଙ୍କ ଜନ୍ମଦିନ। ଆଜିର ଦିନରେ ୫୭ ବର୍ଷ ବୟସରେ ପାଦ ରଖିଛନ୍ତି ବଲିଉଡ୍‌ର ଏହି ଲୋକପ୍ରିୟ ତାରକା। ତାଙ୍କ ବାସ୍ତବ ନାମ ଗୋବିନ୍ଦ ଅରୁଣ ଆହୁଜା ହୋଇଥିଲେ ବି ଦର୍ଶକଙ୍କ ମନରେ ସେ ଗୋବିନ୍ଦା ଭାବେ ରାଜ୍‌ କରି ଆସିଛନ୍ତି। ଗୋବିନ୍ଦାଙ୍କ ଅବର୍ଣ୍ଣନୀୟ କମେଡି ଦକ୍ଷତା ଓ ନୃତ୍ୟ କଳା ଯେ ତାଙ୍କୁ ଘରେ ଘରେ ପରିଚିତ କରାଇଛି ଏଥିରେ ତିଳେ ବି ସନ୍ଦେହ ନାହିଁ। ୧୯୮୬ ମସିହାରେ ସେ ବଲିଉଡ୍ ‌ଡେବ୍ୟୁ କରିବା ପରେ ଅନେକ କମେଡି ଓ ଆକ୍ସନ ଚଳଚ୍ଚିତ୍ରରେ ନଜର ଆସିଛନ୍ତି।

ତେବେ ଆଜି ଗୋବିନ୍ଦାଙ୍କ ଜନ୍ମଦିନରେ ତାଙ୍କ ସଂପର୍କିତ ଏକ କଥା ଜାଣିବା। ଏକ ସାକ୍ଷାତ୍‌କାରରେ ନିଜ ସଂପର୍କରେ ଏକ ଖୁଲାସା କରି କହିଛନ୍ତି କି କାହିଁକି ତାଙ୍କୁ ତାଜ୍‌ ମହଲ ହୋଟେଲ୍‌ରେ ଷ୍ଟିୱାର୍ଡ ଚାକିରି ମିଳି ନଥିଲା ବୋଲି।

ଗୋବିନ୍ଦା ନିଜର ଅତୀତ ମନେପକାଇ କହନ୍ତି କି ଯଦିଓ ତାଙ୍କ ବାପାମାଆ ଉଭୟ ଚଳଚ୍ଚିତ୍ର ଦୁନିଆ ସହ ଜଡ଼ିତ  ମାତ୍ର ସେ ଯେତେବେଳେ ବଲିଉଡ୍‌ରେ ଡେବ୍ୟୁ କଲେ ସେତେବେଳେ ତାଙ୍କ ବାପାମାଆଙ୍କୁ  ଇଣ୍ଡଷ୍ଟ୍ରି ଛାଡ଼ିବାର ୩୩ ବର୍ଷ ହୋଇ ସାରିଥାଏ। ସେହି ଦୃଷ୍ଟିରୁ ଗୋବିନ୍ଦା ବାପାମାଆ ସମାନ ଇଣ୍ଡଷ୍ଟ୍ରିର ହୋଇ ମଧ୍ୟ କୌଣସି ବି ସୁବିଧା ପାଇ ପାରି ନଥିଲେ। ଏପରିକି ଗୋବିନ୍ଦାଙ୍କ କହିବା ଅନୁସାରେ ଅନେକ ନୂଆ ପ୍ରଯୋଜକ ତାଙ୍କ ବିଷୟରେ ଅବଗତ ନଥିବାରୁ ତାଙ୍କୁ ସାକ୍ଷାତଟିଏ ପାଇବା ଲାଗି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଛି।

ତାଙ୍କ ଜୀବନର ଅନେକ ଗୁରୁତ୍ବପୂର୍ଣ୍ଣ କଥା ମଧ୍ୟରୁ ଅନ୍ୟତମ କଥାଟି ହେଉଛି ସେ ତାଙ୍କୁ ଚାକିରିର ଖୁବ୍ ଆବଶ୍ୟକତା ଥିବା ବେଳେ ଚାକିରି ଖଣ୍ଡେ ନ ମିଳିବା। ସେ ତ‌ାଙ୍କର ଅତୀତକୁ ମନେ ପକାଇ କହିଛନ୍ତି କି ଭଲ କରି ଇଂରାଜି କହି ପାରୁ ନଥିବା କାରଣରୁ ତାଙ୍କୁ ତାଜ୍‌ ମହଲ ହୋଟେଲ୍‌ରେ ଷ୍ଟିୱାର୍ଡ ପଦ ପାଇଁ ଚାକିରି ମିଳି ନଥିଲା। ଉଲ୍ଲେଖଯୋଗ୍ୟ, ଗୋବିନ୍ଦାଙ୍କୁ ଶେଷ ଥର ପାଇଁ ୨୦୧୯ ମସିହାରେ ‘ରଙ୍ଗୀଲା ରାଜା’ରେ ଦେଖିବାକୁ ପାଇଥିଲେ ଦର୍ଶକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe