ସଲମାନ୍‌ ଖାନଙ୍କର ଏହି ଇଚ୍ଛା ପୂରଣ କରିଥିଲେ ଗୋବିନ୍ଦା!

Advertisment
ସଲମାନ୍‌ ଖାନଙ୍କର ଏହି ଇଚ୍ଛା ପୂରଣ କରିଥିଲେ ଗୋବିନ୍ଦା!

image source-amarujala

ମୁମ୍ବାଇ: ଆଜି ହେଉଛି ବଲିଉଡର ଜନପ୍ରିୟ ଅଭିନେତା ଗୋବିନ୍ଦାଙ୍କ ଜନ୍ମଦିନ। ସେ ୧୯୬୩ ମସିହା ଡିସେମ୍ବର ୨୧ ତାରିଖରେ ଜନ୍ମ ହୋଇଥିଲେ। ଏହି ଅବସରରେ ଆସନ୍ତୁ ଗୋବିନ୍ଦାଙ୍କ କ୍ୟାରିଅରର ଏକ ଘଟଣା ସଂପର୍କରେ ଜାଣିବା।

Image result for david dhawan image source-indianexpress.com

ଏମିତି ଏକ ସମୟ ଥିଲା,ଯେତେବେଳେ ବଲିଉଡର ଛୋଟ ମିଆଁ ଗୋବିନ୍ଦା ଜଣେ ବଡ଼ ଷ୍ଟାର୍‌ ଥିଲେ। ତାଙ୍କ ତୁଳନାରେ ସଲମାନ୍‌ ଖାନ୍‌ ଥିଲେ ଅପେକ୍ଷାକୃତ ଛୋଟ ଷ୍ଟାର୍‌। ସେହି ସମୟରେ ଗୋବିନ୍ଦାଙ୍କ ଅଭିନୀତ ସିନେମାଗୁଡ଼ିକ ଲଗାତାର ହିଟ୍‌ ହୋଇଥିଲା। ଖାସ୍‌ କରି ନିର୍ଦ୍ଦେଶକ ଡେଭିଡ ଧଓ୍ଵନ୍‌ଙ୍କ ସହ ଗୋବିନ୍ଦାଙ୍କର ଯୋଡ଼ି ଜମିଯାଇଥିଲା। ଡେଭିଡ-ଗୋବିନ୍ଦା ଯୋଡ଼ି ସେତେବେଳକୁ ରାଜା ବାବୁ, ଆଁଖେଁ, କୁଲି ନମ୍ବର ଓ୍ଵାନ୍‌ ଭଳି ହିଟ୍‌ ଫିଲ୍ମ ଦେଇ ସାରିଥାଆନ୍ତି।

Image result for david dhawan Image Source-IWMBuzz

ଏଭଳି ସମୟରେ ଦିନେ ସଲମାନ୍‌ ଖାନ୍‌ ଗୋବିନ୍ଦଙ୍କୁ ଫୋନ୍‌ କରି କରିଥିଲେ, ‘ଆଉ କେତୋଟି ହିଟ୍‌ ଫିଲ୍ମ ଦେବ? ସଲମାନ୍‌ ଚାହୁଁଥିଲେ ସେ ହିଟ୍‌ ମେକର ଡେଭିଡ୍‌ ଧଓ୍ଵନ୍‌ଙ୍କ ସହ ଏକ ଫିଲ୍ମ କରିବେ। ସେତେବେଳେ ଗୋବିନ୍ଦା ଡେଭିଡ ଧଓ୍ଵନଙ୍କ ‘ଜୁଡ୍‌ଓ୍ଵା’ ଫିଲ୍ମରେ କାମ କରିବେ ବୋଲି ଠିକ୍‌ ହୋଇସାରିଥାଏ। ହେଲେ ସଲମାନ୍‌ଙ୍କ ଅନୁରୋଧରେ ସେ ଏହି ସିନେମା ଛାଡ଼ି ଦେଲେ ଓ ସେଥିରେ ସଲମାନ୍‌ ଖାନ୍‌ଙ୍କୁ ନେବା ପାଇଁ ଡେଭିଡ ଧଓ୍ଵନଙ୍କୁ ବି ଅନୁରୋଧ କରିଥିଲେ। ଡେଭିଡ୍‌ ବି ରାଜି ହେଲେ ଓ ଗୋବିନ୍ଦାଙ୍କ ବଦଳରେ ସଲମାନ୍‌ ଖାନ୍‌ ‘ଜୁଡ଼ଓ୍ଵା’ରେ ହିରୋ ବନିଲେ। ‘ଜୁଡ଼ଓ୍ଵା’ ସୁପରହିଟ୍‌ ହେଲା ଓ ତା’ପରେ ସଲମାନ ଡେଭିଡ ଧଓ୍ଵନଙ୍କର ବି ପ୍ରିୟ ହୋଇଗଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe