୬ଥର ଫିଲ୍ମ ଫେଆର୍‌ ପୁରସ୍କାର ପାଇଥିବା ଏହି ଅଭିନେତ୍ରୀଙ୍କୁ ବାହା ହେବାକୁ ଚାହୁଁଥିଲେ ଶମ୍ମୀ କପୁର୍‌!

Advertisment
୬ଥର ଫିଲ୍ମ ଫେଆର୍‌ ପୁରସ୍କାର ପାଇଥିବା ଏହି ଅଭିନେତ୍ରୀଙ୍କୁ ବାହା ହେବାକୁ ଚାହୁଁଥିଲେ ଶମ୍ମୀ କପୁର୍‌!

image source--amarujala

ମୁମ୍ବାଇ: ଆଜି ହେଉଛି ବଲିଉଡର ଖ୍ୟାତନାମା ଅଭିନେତା ଶମ୍ମୀ କପୁରଙ୍କ ଜନ୍ମଦିନ। ସେ ୧୯୩୧ ମସିହା ଆଜିର ଦିନ(ଅକ୍ଟୋବର ୨୧)ରେ ଜନ୍ମ ଗ୍ରହଣ କରିଥିଲେ।ଏହି ଅବସରରେ ତାଙ୍କ ସଂପର୍କରେ ଏକ ମଜାଦାର କଥା ଆସନ୍ତୁ ଜାଣିବା…

Image result for nutan image source-indiatv

ଶମ୍ମୀ କପୁର୍‌ ଅଭିନେତାଭାବେ ସଫଳ ହେବାପରେ ସେ ସମୟର ନାମୀ ନାୟିକା ନୂତନଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଖାଲି ସେତିକି ନୁହେଁ, ଶମ୍ମୀ କପୁର୍‌ଙ୍କର ନୂତନଙ୍କ ସହ ଆଫେୟାରକୁ ନେଇ ସେ ସମୟରେ ଜୋର୍‌ଦାର୍‌ ଚର୍ଚ୍ଚା ବି ହୋଇଥିଲା । କୁହାଯାଏ ଯେ, ନୂତନଙ୍କର ସରଳତାରେ ଶମ୍ମୀ ଏତେ ମାତ୍ରାରେ ଆକର୍ଷିତ ହୋଇଥିଲେ ଯେ,ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ।

publive-image image source--bridalbox

ନୂତନ ୫ଥର ଶ୍ରେଷ୍ଠ ଅଭିନେତ୍ରୀ ଓ ଥରେ ସହ-ଅଭିନେତ୍ରୀ ଭାବେ ଫିଲ୍ମ ଫେଆର୍‌ ଆଓ୍ଵାର୍ଡ଼ ମଧ୍ୟ ଲାଭ କରିଥିଲେ। ନୂତନଙ୍କର ନୂତନଙ୍କର ମାଆ ଶୋଭନା ସମର୍ଥ ଓ ଶମ୍ମୀ କପୁର୍‌ଙ୍କ ପିତା ପୃଥ୍ଵୀରାଜ୍‌ କପୁର୍‌ଙ୍କ ଭିତରେ ଭଲ ବନ୍ଧୁତା ରହିଥିଲା। ଏ ଦୃଷ୍ଟିରୁ ଶମ୍ମୀ ଓ ନୂତନଙ୍କ ମଧ୍ୟରେ ଅବାଧ ମିଳାମିଶା ହେଉଥିଲା। କିନ୍ତୁ ଶମ୍ମୀ କପୁର୍‌ଙ୍କ ପିତା ପୃଥ୍ଵୀରାଜ୍‌ କପୁର୍‌ ପୁଅକୁ ନୂତନଙ୍କ ସହିତ ବିବାହ କରିବାକୁ ବାରଣ କରିଥିଲେ।

ଏହି କାରଣରୁ ଏମାନଙ୍କ ମିଳାମିଶା ବାହାଘର ରୂପ ନେଇ ପାରି ନଥିଲା। ତେଣୁ ଶମ୍ମୀ କପୁର୍‌ ୧୯୫୫ରେ ପ୍ରଥମେ ଗୀତାବାଲିଙ୍କୁ ପ୍ରଥମ ଏବଂ ୧୯୬୯ରେ ନୀଲା ଦେବୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଅପରପକ୍ଷରେ ୧୯୫୯ରେ ରଜନୀଶ୍‌ ବହଲଙ୍କୁ ନୂତନ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe