ଟାଇଗର୍ ଶ୍ରଫଙ୍କ ସହ ଦୁବାଇରେ ଜନ୍ମଦିନ ପାଳିବେ ଶ୍ରଦ୍ଧା କପୁର

Advertisment

ବାହାଘରକୁ ନେଇ ଚର୍ଚ୍ଚାରେ ଶ୍ରଦ୍ଧା

ବାହାଘରକୁ ନେଇ ଚର୍ଚ୍ଚାରେ ଶ୍ରଦ୍ଧା

ଟାଇଗର୍ ଶ୍ରଫଙ୍କ ସହ ଦୁବାଇରେ ଜନ୍ମଦିନ ପାଳିବେ ଶ୍ରଦ୍ଧା କପୁର

image source-ndtv

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ନାୟିକା ଶ୍ରଦ୍ଧା କପୁରଙ୍କ ୩୩ ତମ ଜନ୍ମଦିନ। ସେ ୧୯୮୭ ମସିହା ମାର୍ଚ୍ଚ ୩ ତାରିଖରେ ମୁମ୍ବାଇଠାରେ ଜନ୍ଜ ହୋଇଥିଲେ।  ସେ ନିଜର ବାର୍ଥ ଡେ ଅଭିନେତା ଟାଇଗର୍ ଶ୍ରଫଙ୍କ ସହ ଦୁବାଇରେ ସେଲିବ୍ରେଟ୍ କରିବେ। ଏବେ ନିଜର ନୂଆ ଫିଲ୍ମ ‘ବାଗୀ-୩’ ପାଇଁ ବି ଚର୍ଚ୍ଚାରେ ଅଛନ୍ତି ଶ୍ରଦ୍ଧା କପୁର। ଏଥିରେ ସେ ଟାଇଗର୍ ଶ୍ରଫଙ୍କ ସହ ଆସୁଛନ୍ତି।

କିଛି ଦିନ ତଳେ ନିଜର ବାହାଘର ପାଇଁ ଚର୍ଚ୍ଚିତା ହୋଇଥିଲେ। ଖବର ମିଳିଥିଲା ଯେ ଶ୍ରଦ୍ଧା କପୁର ୨୦୨୦ ରେ ନିଜର ବୟଫ୍ରେଣ୍ଡ୍‌ ରୋହନ ଶ୍ରେଷ୍ଠଙ୍କୁ ବିବାହ କରିବେ। ଆହୁରି ମଧ୍ୟ କୁହାଯାଇଥିଲା ଯେ ଝିଅ ଶ୍ରଦ୍ଧାଙ୍କର ବାହାଘର ଲାଗି ମାଆ ଶିବାଙ୍ଗୀ କପୁର ଜୋରସାରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Shakti Kapoor reacts to Sharaddha Kapoor's wedding rumours image source-india today

ରୋହନ୍‌ ହେଉଛନ୍ତି ଜଣେ ଲୋକପ୍ରିୟ ଫଟୋଗ୍ରାଫର୍‌। ଶ୍ରଦ୍ଧା ଓ ରୋହନ୍‌ ଦୀର୍ଘ ସମୟ ଧରି ପରସ୍ପରକୁ ଜାଣନ୍ତି। ଏକଥାକୁ ସ୍ୱୀକାର କରିନଥିଲେ ଶ୍ରଦ୍ଧାଙ୍କ ପିତା ଶକ୍ତି କପୁର। ଦୁହେଁ ବାହା ହେଉଥିବା ଖବର ବିଷୟରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଥିଲେ ଶକ୍ତି କପୁର। ସେ କହିଥିଲେ ଯେ ଶ୍ରଦ୍ଧା ୪/୫ ବର୍ଷ ଯାଏଁ ବାହା ହେବେନି,ବରଂ ନିଜର କ୍ୟାରିଅର୍‌ ଉପରେ ଅଧିକ ଧ୍ୟାନ ଦେବେ। ତେବେ ରୋହନଙ୍କ ବାପାଙ୍କୁ ସେ ଭଲ ଭାବେ ଜାଣନ୍ତି ବୋଲି ଶକ୍ତି କପୁର କହିଛନ୍ତି। ରୋହନ୍‌ ଶ୍ରଦ୍ଧାଙ୍କୁ ଜାଣନ୍ତି, କିନ୍ତୁ ଡେଟ୍‌ କରୁନାହାନ୍ତି ବୋଲି କହିଥିଲେ। ତେବେ ସେ କାହାକୁ ବାହା ହେବେ ତାକୁ ନେଇ ସସପେନ୍ସ୍ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe