photo-static.dnaindia.com
ଆଜି ବଲିଉଡର ହିମ୍ୟାନ୍ ଧର୍ମେନ୍ଦ୍ରଙ୍କର ବାର୍ଥ ଡେ । ସେ ୧୯୩୫ ମସିହା ଡିସେମ୍ବର ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଏବେ ସେ କେବଳ ଗୋଟିଏ ସିନେମାରେ କାମ କରୁଛନ୍ତି। ଏହାର ଟାଇଟଲ ହେଲା‘ୟମଲା ପଗଲା ଦିୱାନା-୩’ । ଏଥିରେ ଧର୍ମେନ୍ଦ୍ର ଏବଂ ତାଙ୍କ ଦୁଇ ପୁଅ ସନ୍ନି ଦେଓଲ୍ ଏବଂ ବବି ଦେଓଲ୍ ଅଭିନୟ କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ‘ୟମଲା ପଗଲା ଦିୱାନା’ ୨୦୧୧ରେ ରିଲିଜ୍ ହୋଇଥିଲା। ତାପରେ ଏହାର ସିକ୍ୱଲ୍ ୨୦୧୩ରେ ପରଦାକୁ ଆସିଥିଲା। ଉଭୟ ସିନେମାକୁ ଦର୍ଶକ ସାଦରେ ଗ୍ରହଣ କରିଥିଲେ।
photo-ndtvimg.comବଲିଉଡର ଅଲଟାଇମ ହିଟ୍ ଫିଲ୍ମ ‘ଶୋଲେ’ର ଏକ ସିନ୍ ପୁଣି ଏହି ନୂଆ ସିନେମାରେ ଦେଖିବାକୁ ମିଳିବ। ଏଥିରେ ଧର୍ମେନ୍ଦ୍ର ବନିଛନ୍ତି ବୀରୁ ଏବଂ ତାଙ୍କ ପୁଅ ବବି ଦେଓଲ୍ ସାଜିଛନ୍ତି ଜୟ। ଯେମିତି ଜୟ-ବୀରୁ ଏକ ମୋଟର ସାଇକେଲରେ ବସି ‘ଶୋଲେ’ରେ ବୁଲୁଥିଲେ, ଠିକ୍ ସେମିତି ‘ୟମଲା ପଗଲା ଦିୱାନା-୩’ରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିନ୍ ସୁଟିଂ ବେଳେ ଧର୍ମେନ୍ଦ୍ର ଖୁବ୍ ଭାବପ୍ରବଣ ହୋଇ ଯାଇଥିଲେ ବୋଲି ଜଣାପଡିଛି। ସେ ରମେଶ ସିପ୍ପୀଙ୍କ ୧୯୭୫ର‘ଶୋଲେ’ରେ କିପରି ଅମିତାଭ ବଚ୍ଚନଙ୍କ ସହ କାମ କରିଥିଲେ ତାହା ମନେ ପକାଇଥିଲେ।
Follow Us