ଜାଣନ୍ତି ! ଅମୀର୍‌ ଖାନ୍‌ଙ୍କ କେଉଁ ରୋମାଣ୍ଟିକ୍‌ ସଂଳାପ ଏବଂ ଗୀତ ସବୁଠାରୁ ଲୋକପ୍ରିୟ ?

Advertisment
ଜାଣନ୍ତି ! ଅମୀର୍‌ ଖାନ୍‌ଙ୍କ କେଉଁ ରୋମାଣ୍ଟିକ୍‌ ସଂଳାପ ଏବଂ ଗୀତ ସବୁଠାରୁ ଲୋକପ୍ରିୟ ?

photo-ians

ମୁମ୍ବାଇ: ଆଜି ହେଉଛି ମିଷ୍ଟର ପରଫେକସିନିଷ୍ଟ ଅମୀର୍‌ ଖାନ୍‌ଙ୍କ ୫୩ତମ ଜନ୍ମ ଦିନ। ସେ ୧୯୬୫ ମସିହା ମାର୍ଚ୍ଚ ୧୪ ତାରିଖରେ ଜନ୍ମ ହୋଇଥିଲେ। ସେ ବହୁ ସିନେମାରେ ଅଭିନୟ କରିଛନ୍ତି। ତାଙ୍କର ଅନେକ ସଂଳାପ ଏବଂ ଗୀତ ଆଜି ବି ଦର୍ଶକ ମୁହଁରୁ ଶୁଣିବାକୁ ମିଳେ। ହେଲେ ଏଥିମଧ୍ୟରୁ ତାଙ୍କ ମୁହଁରେ ଥିବା ଫିଲ୍ମ ‘ ଦିଲ୍‌ ଚାହାତା ହେ ’ ରେ ଏକ ସ୍ମରଣୀୟ ରୋମାଣ୍ଟିକ୍‌ ସଂଳାପ ସବୁଠୁ ଲୋକପ୍ରିୟ । ତାହା ହେଲା - ‘ ମୁଝେ ୟକିନ୍‌ ହେ କି ମେଁ ସିଫ୍‌ ଇସଲିୟେ ଜନ୍ମା ହୁଁ...କି ତୁମ୍‌ହେ ପ୍ୟାର୍‌ କର ସକୁଁ ...ତୁମ୍‌ ସିର୍ଫ ଇସଲିୟେ , କି ଏକ୍‌ ଦିନ୍‌ ମେରି ବନ୍‌ ଜାଉଁ । ’ ଏଥିରେ ଅମୀରଙ୍କ ନାୟିକା ଥିଲେ ପୂଜା ଭଟ୍ଟ।

publive-image photo-youtube

ଠିକ୍‌ ସେହିପରି ଅମୀର୍‌ ଖାନଙ୍କ ସବୁଠାରୁ ଲୋକପ୍ରିୟ ରୋମାଣ୍ଟକ୍‌ ଗୀତ ହେଲା -ପହଲା ନଶା ପହଲା ଖୁମାର୍‌ ,ନୟା ପ୍ୟାର୍‌ ହେ.... । ଲଭରବୟ ଅମୀର୍‌ ଖାନ୍‌ କ୍ୟୁଟ୍‌ ଆୟେଶା ଜୁଲକାଙ୍କ ଉପରେ ପିକଚରାଇଜ୍‌ ହୋଇଥିବା ଏହି ଗୀତଟି କିଶୋର କିଶୋରୀଙ୍କ ମନକୁ ଆନ୍ଦୋଳିତ କରିଥାଏ। ମନ୍‌ସୁର ଖାନ୍‌ଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ଫିଲ୍ମ ‘ଯୋ ଜିତା ବହି ସିକନ୍ଦର୍‌’ର ଏହି ଗୀତ ଆଜି ବି ନୂଆ ନୂଆ ପ୍ରେମ କରୁଥିବା ଏବଂ ପ୍ରଥମ ପ୍ରେମକୁ ମନେ ପକାଉଥିବା ପ୍ରେମିକାଙ୍କର ପ୍ରଥମ ପସନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe