ସୂର୍ଯ୍ୟଙ୍କୁ ବିବାହ କରିବେ ଶିବଶ୍ରୀ?

ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବିବାହକୁ ନେଇ ଏବେ ଅନେକ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ ସାଂସଦ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ ଚେନ୍ନାଇର ପ୍ରସିଦ୍ଧ ଗାୟିକା ତଥା ଭାରତନାଟ୍ୟମ୍ କଳାକାର ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ବିବାହ କରିବେ।

Marriage of BJP MP

Marriage of BJP MP Photograph: (sambad.in)

ବେଙ୍ଗାଲୁରୁ: ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବିବାହକୁ ନେଇ ଏବେ ଅନେକ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ ସାଂସଦ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ ଚେନ୍ନାଇର ପ୍ରସିଦ୍ଧ ଗାୟିକା ତଥା ଭାରତନାଟ୍ୟମ୍ କଳାକାର ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ବିବାହ କରିବେ। ତେବେ ତେଜସ୍ୱୀ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିନାହାଁନ୍ତି।

ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ତେଜସ୍ୱୀ ସୂର୍ଯ୍ୟ ହେଉଛନ୍ତି ବେଙ୍ଗାଲୁରୁ ଦକ୍ଷିଣରୁ ଲୋକସଭା ସାଂସଦ। ସେ ଚେନ୍ନାଇର ପ୍ରସିଦ୍ଧ ଗାୟକ ତଥା ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। କିଛି ମାସ ପରେ ବେଙ୍ଗାଲୁରୁରେ ବିବାହ ସମାରୋହ ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ତେବେ ତେଜସ୍ୱୀ ସୂର୍ଯ୍ୟ ନିଜେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି ।

ଶିବଶ୍ରୀ ଜଣେ ପ୍ରସିଦ୍ଧ ଗାୟିକା। ସେ କେବଳ ଚେନ୍ନାଇରେ ନୁହେଁ। ସମଗ୍ର ଭାରତରେ ପ୍ରମୁଖ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିଛନ୍ତି। ୨୦୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଗୀତର ପ୍ରଶଂସା କରିବା ପରେ ସେ ରାତାରାତି ଲାଇମଲାଇଟକୁ ଆସିଥିଲେ। ସେ କନ୍ନଡ ଭାଷାରେ ଏକ ଭକ୍ତି ଗୀତ ଗାଇଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଶିବଶ୍ରୀ ଶାସ୍ତ୍ର ବିଶ୍ୱବିଦ୍ୟାଳୟରୁ ବାୟୋ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଛନ୍ତି। ଏହା ସହିତ ସେ ଚେନ୍ନାଇ ବିଶ୍ୱବିଦ୍ୟାଳୟରୁ ଭାରତନାଟ୍ୟମରେ ଏମଏ ଡିଗ୍ରୀ ହାସଲ କରିଛନ୍ତି। ଶିବଶ୍ରୀଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି, ଯେଉଁଥିରେ ୨ ଲକ୍ଷରୁ ଅଧିକ ସବସକ୍ରାଇବର ଅଛନ୍ତି । 

ଶିବଶ୍ରୀ ଜଣେ ପ୍ରସିଦ୍ଧ ଗାୟିକା। ସେ କେବଳ ଚେନ୍ନାଇରେ ନୁହେଁ। ସମଗ୍ର ଭାରତରେ ପ୍ରମୁଖ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିଛନ୍ତି। ୨୦୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଗୀତର ପ୍ରଶଂସା କରିବା ପରେ ସେ ରାତାରାତି ଲାଇମଲାଇଟକୁ ଆସିଥିଲେ। ସେ କନ୍ନଡ ଭାଷାରେ ଏକ ଭକ୍ତି ଗୀତ ଗାଇଥିଲେ। ସୂଚନାନୁସାରେ, ଉଭୟ ପରିବାର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏବଂ ଖୁବ ଶୀଘ୍ର ବିବାହର ତାରିଖ ଘୋଷଣା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe