‘ବ୍ଲାକମେଲ୍‌’ରେ ତମନ୍ନା

Advertisment
‘ବ୍ଲାକମେଲ୍‌’ରେ ତମନ୍ନା

ଭୁବନେଶ୍ୱର: ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ତମନ୍ନାଙ୍କର ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିସାରିଛି । ତାଙ୍କର ଯେଉଁ ଦୁଇଟି ସିନେମା ରିଲିଜ୍‌ ହୋଇସାରିଛି , ତାହା ହେଲା ‘ ଭାଇନା କ’ଣ କଲା ସେ’ ଏବଂ ନିଝୁମ୍‌ ରାତିର ସାଥୀ’। ଏବେ ଯେଉଁ ଦୁଇଟି ମୁକ୍ତି ପ୍ରତୀକ୍ଷାରେ ରହିଛି ତାହା ହେଲା ‘ଲୁଚେଇ ଦେ ମୋତେ ଛାତି ଭିତରେ’ ଏବଂ ‘ଜୋକର୍‌’। ତେବେ ଏହା ଭିତରେ ଅନ୍ୟ ଏକ ଓଡ଼ିଆ ଛବି ‘ବ୍ଲାକମେଲ୍‌’ରେ ବି କାମ କରୁଛନ୍ତି।‘ବ୍ଲାକମେଲ’ରେବି ତାଙ୍କୁ ଏକ ପାଓ୍ଵାର୍‌ଫୁଲ୍‌ କ୍ୟାରେକ୍ଟର୍‌ ମିଳିଛି।

publive-image photo-youtube

ଏହାର କାହାଣୀରେ ଦୁଇଜଣ ନାୟିକା ଅଛନ୍ତି। ଏଥିମଧ୍ୟରୁ ଜଣେ ହେଲେ ତମନ୍ନା ଏବଂ ଆର ଜଣକ ଆହନା। ଏଥିରେ ତାଙ୍କର ନାୟକ ହେଲେ ଅର୍ଦ୍ଧେନ୍ଦୁ । ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅମିତ ନାୟକ। ତମନ୍ନା ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେଇସାରିଲେଣି। ହଁ ଏକ ତେଲୁଗୁ ସିନେମା ‘ଶତ୍ରୁ’ରେ ନାୟିକା ଭାବେ ଚୁକ୍ତିବଦ୍ଧ ହୋଇଛନ୍ତି ସେ। ଇତିମଧ୍ୟରେ ମହୁରତ୍‌ ବି ହାଇଦ୍ରାବାଦ୍‌ରେ ସରିଛି  । ଖୁବ୍‌ ଶୀଘ୍ର ସୁଟିଂ ଆରମ୍ଭ ହେବ।

ଭଲ ଓଡ଼ିଆ ସିନେମାରେ କାମ କରିବାକୁ ଚାହୁଁଥିବା ନାୟିକା ତମନ୍ନା କହନ୍ତି ‘ମୁଁ ଧିରେ ଧିରେ କ୍ୟାରିଅରରେ ଆଗକୁ ଯିବାକୁ ଚାହେଁ।ତା’ଛଡ଼ା ଏବେ ମୋ’ ଅଭିନୀତ ନୂଆ ସିନେମା ‘ଲୁଚେଇ ଦେ ମୋତେ ଛାତି ଭିତରେ’ତ ରିଲିଜ୍‌ ପାଇଁ ସଜବାଜ ହେଉଛି। ଏହାର ପୋଷ୍ଟ ପ୍ରଡକସନ୍‌ କାମ ସରିଲାଣି।ଖୁବ୍‌ ଶୀଘ୍ର ପ୍ରେକ୍ଷାଳୟକୁ ଆସିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe