ଲଗାତାର ଫିଲ୍ମ ଫ୍ଲପ ହେବାରୁ ରଣବୀର-ଅକ୍ଷୟଙ୍କ କମିଲା ପାରିଶ୍ରମିକ

Advertisment
ଲଗାତାର ଫିଲ୍ମ ଫ୍ଲପ ହେବାରୁ ରଣବୀର-ଅକ୍ଷୟଙ୍କ କମିଲା ପାରିଶ୍ରମିକ

ମୁମ୍ବାଇ: ଲଗାତାର ଫିଲ୍ମ ଫ୍ଲପ ହେବାରୁ କମିଲା ବଡ଼ କଳାକାରଙ୍କ ପାରିଶ୍ରମିକ। ୨୦୨୨ମସିହାରେ, ବଲିଉଡର ପ୍ରମୁଖ କଳାକାରମାନଙ୍କ ରୋଜଗାର ହ୍ରାସ ପାଇଥିବା ଜଣାପଡ଼ିଛି। ତେବେ ଫିଲ୍ମରୁ ନୁହେଁ ବିଜ୍ଞାପନରୁ କଳାକାରଙ୍କୁ ମିଳୁଥିବା ପାରିଶ୍ରମିକ କମ ହେବାରୁ ସେମାନଙ୍କ ବାର୍ଷିକ ଆୟ ହ୍ରାସ ପାଇଛି। ବଲିଉଡର ଖିଲାଡି କୁମାର ତଥା ଅକ୍ଷୟ କୁମାର ଏବଂ ସିମ୍ବା ରଣବୀର ସିଂଙ୍କୁ ଏକ ବଡ଼ ଧକ୍କା ଲାଗିଛି। ଉଭୟ ତାରକା ବିଜ୍ଞାପନରୁ କୋଟି କୋଟି ଟଙ୍କା ଆୟ କରୁଥିବା ବ‌େଳେ ଏବେ ସେମାନଙ୍କ ଲୋକପ୍ରିୟତା କମୁଥିବା ଦେଖି ପାରିଶ୍ରମିକ ମଧ୍ୟ କମାଇ ଦିଆଯାଇଛି।

ବିଜନେସ ଟୁଡେ ଅନୁଯାୟୀ, ରଣବୀର ଓ ଅକ୍ଷୟଙ୍କ ଭଳି ବଲିଉଡର ଅନେକ ଆଗ ଧାଡ଼ିର କଳାକାରଙ୍କୁ ବିଜ୍ଞାପନରୁ ମିଳୁଥିବା ପାରିଶ୍ରମିକକୁ ୧୦-୨୦ପ୍ରତିଶ୍ରତ କମାଇ ଦିଆଯାଇଛି। ବିଜ୍ଞାପନରୁ କମ ଟଙ୍କା ମିଳୁଥିବାରୁ କଳାକାରମାନେ ଅଧିକ ବିଜ୍ଞାପନ କରିବାକୁ ଚେଷ୍ଟା କରୁଥିବା ସାମ୍ନାକୁ ଆସିଛି। ୨୦୨୨ରେ ହିନ୍ଦୀ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରୁନଥିବାରୁ ଏଭଳି ହୋଇଛି। ୨୦୨୧ ମସିହାରେ, ରଣବୀର ସିଂ ଓ ଅକ୍ଷୟ କୁମାର ବଲିଉଡ କଳାକାରମାନଙ୍କ ମଧ୍ୟରେ ସର୍ବାଧିକ ବେତନ ପ୍ରାପ୍ତ କଳାକାର ଥିଲେ। ରଣବୀରଙ୍କ ବ୍ରାଣ୍ଡ ମୂଲ୍ୟ ୧୫୮.୩ ମିଲିୟନ ଡ଼ଲାର ଏବଂ ଅକ୍ଷୟଙ୍କ ବ୍ରାଣ୍ଡ ମୂଲ୍ୟ ୧୩୯.୬ ମିଲିୟନ ଥିଲା। ହେଲେ ଏବେ ଦୁଇ କଳାକାରଙ୍କ ବ୍ରାଣ୍ଡ ମୂଲ୍ୟ ହ୍ରାସ ପାଇଛି।

2021 में हुई थी इतनी हुई थी कमाई aajtak

ଉଲ୍ଲେଖଯୋଗ୍ୟ, ଶେଷ ଥର ପାଇଁ ୨୦୧୯ରେ ରଣବୀର ସିଂହ ହିଟ୍ ଫିଲ୍ମ ଦେଇଥିଲେ। ଫିଲ୍ମ 'ଗଲି ବଏ' ଭଲ ବ୍ୟବସାୟ କରିଥିବା ବେଳେ ଏହା ପରଠାରୁ ରଣବୀର ବକ୍ସ ଅଫିସର ରାଜା ହୋଇପାରିନାହାନ୍ତି। କରୋନା ମହାମାରୀ ପରେ ରଣବୀରଙ୍କ ଫିଲ୍ମ '୮୩' ଓ 'ଜୟସଭାଇ ଜୋରଦାର' ରିଲିଜ ହୋଇଥିଲା। ହେଲେ ଏହି ଦୁଇଟି ଫିଲ୍ମ ଫ୍ଲପ ହୋଇଥିଲା। ସେୟିଭଳି ଅକ୍ଷୟଙ୍କ ଶେଷ ହିଟ୍ ଥିଲା ସୂର୍ଯ୍ୟବଂଶୀ। ଏହା ପରେ ‌ସେ 'ଅତରଙ୍ଗୀ ରେ', 'ବଚ୍ଚନ ପାଣ୍ଡେ', 'ସମ୍ରାଟ ପୃଥ୍ବୀରାଜ', 'ରକ୍ଷ‌ା ବନ୍ଧନ', 'କଟପୁତଲି' ଏବଂ 'ରାମ ସେତୁ' ଭଳି ବଡ଼ ବଜେଟ ଫିଲ୍ମ ଆସିଥିଲେ ବି ଏହା ବକ୍ସ ଅଫିସରେ କମାଲ କରିପାରିନଥିଲ‌େ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe