କଙ୍ଗନାଙ୍କ 'ମଣିକର୍ଣ୍ଣିକା ଫିଲ୍ମସ' କାର୍ଯ୍ୟାଳୟକୁ 'ଷ୍ଟପ୍ ୱାର୍କ' ନୋଟିସ୍‌ ଜାରି କଲା ବିଏମ୍‌ସି

Advertisment
କଙ୍ଗନାଙ୍କ 'ମଣିକର୍ଣ୍ଣିକା ଫିଲ୍ମସ' କାର୍ଯ୍ୟାଳୟକୁ 'ଷ୍ଟପ୍ ୱାର୍କ' ନୋଟିସ୍‌ ଜାରି କଲା ବିଏମ୍‌ସି

www.indiatoday.in

ମୁମ୍ବାଇ: ବାନ୍ଦ୍ରାସ୍ଥିତ ପାଲି ହିଲ୍ ଅଞ୍ଚଳରେ ଥିବା 'ମଣିକର୍ଣ୍ଣିକା ଫିଲ୍ମସ' କାର୍ଯ୍ୟାଳୟକୁ ବ୍ରିହାନମ୍ବାଇ ମୁନିସିପାଲ୍‌ କର୍ପୋରେସନ(ବିଏମ୍‌ସି) ଭାଙ୍ଗିପାରେ ବୋଲି ବଲିଉଡ୍‌ ଅଭିନେତ୍ରୀ  କଙ୍ଗନା ରାଣାୱତ ଆଶଙ୍କା ପ୍ରକଟ କରିବାର ଦିନକ ପରେ ବିଏମସି ତାଙ୍କୁ 'ଷ୍ଟପ୍ ୱାର୍କ'(କାମ ବନ୍ଦ କରିବାକୁ) ନୋଟିସ୍‌ ପଠାଇଛି।

ବମ୍ବେ ମ୍ୟୁନିସିପାଲ୍‌ କର୍ପୋରେସନ୍  ଧାରା ୩୫୪ (ଏ) ଅନୁଯାୟୀ କଙ୍ଗନା ରାଣାୱତଙ୍କୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବିଏମସି ଅଧିକାରୀମାନେ ମଙ୍ଗଳବାର ସକାଳୁ କଙ୍ଗନାଙ୍କ କାର୍ଯ୍ୟାଳୟ ଫାଟକରେ ଏକ ନୋଟିସ୍ ଲଗାଉଥିବାର ଦେଖିବାକୁ ମିଳିଛି।

ନୋଟିସରେ କୁହାଯାଇଛି କି କଙ୍ଗନା ୨୪ ଘଣ୍ଟା ମଧ୍ୟରେ ବିଏମ୍‌ସିକୁ ତାଙ୍କ କାର୍ଯ୍ୟାଳୟର ଅନୁମତି ଦଲିଲ(ପର୍ମିସନ୍‌ ଡିଟେଲ୍ସ) ପ୍ରଦାନ କରିବେ। ଯଦି ସେ ଏହି ନୋଟିସକୁ ବେଖାତିର କରନ୍ତି ତେବେ ବିଏମ୍‌ସି କର୍ମଚାରୀମାନେ କାର୍ଯ୍ୟାଳୟ ବିଲ୍ଡିଂକୁ ଭାଙ୍ଗି ଦେବେ ବୋଲି କୁହାଯାଇଛି।

ବିଏମ୍‌ସି ନୋଟିସ୍‌ ଜାରି କରି କହିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଙ୍ଗନା ତୁରନ୍ତ ତାଙ୍କ କାର୍ଯ୍ୟାଳୟର ନିର୍ମାଣ ଏବଂ ନବୀକରଣର ସମସ୍ତ ଅନୁମତି ଦଲିଲ ପ୍ରଦାନ କରନ୍ତୁ। ସେହି ସ୍ଥାନରେ ଏବେ ପାଇଁ କୌଣସି ବି କାମ ହୋଇପାରିବ ନାହିଁ।

ବିିଏମ୍‌ସିର ଏହି ନୋଟିସ୍‌କୁ କଙ୍ଗନା ତାଙ୍କ ଟ୍ବିଟ୍‌ରରେ ସେୟାର କରି ଲେଖିଛନ୍ତି, ‘ସୋସିଆଲ ମିଡିଆରେ ମୋ ପ୍ରଶଂସକମାନଙ୍କ ସମାଲୋଚନାକୁ ଭିତ୍ତି କରି ବିଏମ୍‌ସି ଯଦିଓ ଆଜି ବୁଲଡୋଜର ସହିତ ଆସିନି। ମାତ୍ର କାମ ବନ୍ଦ କରିବାରୁ ଏକ ନୋଟିସ୍‌ ନେଇ ଆସିଛି। ବନ୍ଧୁମାନେ ମୁଁ ହୁଏତ ସଂକଟରେ ରହି ଥାଇପାରେ। ମାତ୍ର ଆପଣମାଙ୍କ ସମର୍ଥନ ଓ ଭଲପାଇବା ସବୁବେଳେ ପାଇଥାଏ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe