ନିୟମ ଉଲଂଘନର ଅଭିଯୋଗ ପରେ ମନ୍ନତରେ ଯାଞ୍ଚ ପାଇଁ ପହଞ୍ଚିଲା ବିଏମସି

t

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ମନ୍ନତର କିଛି ଦିନ ହେଲାଣି ନବୀକରଣ ଚାଲିଛି। କିନ୍ତୁ ଏବେ ମନ୍ନତର ନବୀକରଣ କାମ ଅଟକିପାରେ ବୋଲି କୁହାଯାଉଛି। ବଙ୍ଗଳାର ନବୀକରଣରେ ଉପକୂଳ ନିୟନ୍ତ୍ରଣ ଅଞ୍ଚଳ (ସିଆରଜେଡ) ନିୟମ ଉଲ୍ଲଂଘନ ହେଉଥିବା ନେଇ ବିଏମସିରେ ଅଭିଯୋଗ କରାଯାଇଛି। ଅଭିଯୋଗ ହେବା ପରେ ଏହାର ଯାଞ୍ଚ ପାଇଁ ବିଏମସି ତାଙ୍କ ବଙ୍ଗଳାରେ ପହଞ୍ଚିଥିବା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ଶାହରୁଖ ଖାନଙ୍କ ବଙ୍ଗଳା ମନ୍ନତ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସମୁଦ୍ର କୂଳରେ ଅବସ୍ଥିତ। ଏପରି ପରିସ୍ଥିତିରେ, ସିଆରଜେଡ ନିୟମ ଉଲ୍ଲଂଘନ ଅଭିଯୋଗ ପାଇବା ପରେ ବିଏମସି ଟିମ୍ ଜୁନ୍ ୨୦ରେ ଶାହରୁଖ ଖାନଙ୍କ ବଙ୍ଗଳା ମନ୍ନତ ପରିଦର୍ଶନ କରି ନିୟମ ଉଲ୍ଲଂଘନ କରାଯାଇଛି କି ନାହିଁ ତାହାର ଯାଞ୍ଚ କରିଥିଲେ।

ଜଣେ ବନ ବିଭାଗର ଅଧିକାରୀ ଶାହରୁଖ ଖାନଙ୍କ ବାସଭବନରେ ହୋଇଥିବା ଯାଞ୍ଚକୁ ନିଶ୍ଚିତ କରି କହିଛନ୍ତି, "ନିୟମ ଉଲଂଘନ ନେଇ ଅଭିଯୋଗ ପାଇବା ପରେ ଏକ ଦଳ ଯାଞ୍ଚ କରିବାକୁ ପହଞ୍ଚିଥିଲା। ଯାଞ୍ଚରୁ କ’ଣ ମିଳିଲା ତାହାର ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ଶୀଘ୍ର ଦାଖଲ କରାଯିବ।"

ଅନ୍ୟପକ୍ଷ‌ରେ ଶାହରୁଖ ଖାନଙ୍କ ମ୍ୟାନେଜର କହିଛନ୍ତି ଯେ, "କୌଣସି ଅଭିଯୋଗ ହୋଇନାହିଁ। ସମସ୍ତ କାମ ନିର୍ଦ୍ଦେଶାବଳୀ ଅନୁସାରେ ଚାଲିଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe