ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଖବର ମଧ୍ୟରେ ପୁଅ ବବି ଦେଓଲ ଦେ‌ଲେ ଏଭଳି ପ୍ରତିକ୍ରିୟା

Advertisment
ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଖବର ମଧ୍ୟରେ ପୁଅ ବବି ଦେଓଲ ଦେ‌ଲେ ଏଭଳି ପ୍ରତିକ୍ରିୟା

news18

ମୁମ୍ବାଇ: ବିଗିଡ଼ିଛି କି ଦିଗ୍ଗଜ ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା? ଡାକ୍ତରଖାନାରେ ଅଛନ୍ତି କି ଧର୍ମେନ୍ଦ୍ର? ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲ। କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା ଯେ, ଧର୍ମେନ୍ଦ୍ରଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ଧର୍ମେନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ନେଇ ତାଙ୍କ ପ୍ରଶଂସକ ଚିନ୍ତାରେ ଥିବା ବେଳେ ଏବେ ପୁଅ ବବି ଦେଓଲ ହେଉଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବବି ଦେଓଲ ପିତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମିଥ୍ୟା ଖବର ପ୍ରସାରଣ ହେଉଥିବା କଥା କହିବା ସହ ତାଙ୍କ ବାପା ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ବବି। ଏପରିକି ତାଙ୍କ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବରକୁ ମଧ୍ୟ ବବି ଅସ୍ୱୀକାର କରିଛନ୍ତି । ତାଙ୍କ ବାପା ପୁରାପରି ଭଲ ଅଛନ୍ତି ଏବଂ ଘରେ ଅଛନ୍ତି ବୋଲି ବବି କହିଛନ୍ତି । ବବିଙ୍କ ମୁହଁରୁ ଏସବୁ ଶୁଣିବା ପରେ ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନେ ଟିକେ ଆଶ୍ବସ୍ତ ‌ହୋଇଛନ୍ତି।

ତେବେ ଗତ ମାସରେ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଅପ୍ନେ-୨ ଚଳଚ୍ଚିତ୍ରର ସୁଟିଂ ସମୟରେ ସେ ଆହତ ହୋଇଥିଲେ। ଏହା ପରେ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡିସଚାର୍ଜ ହେବା ପରେ ଧର୍ମେନ୍ଦ୍ର ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe