ସୁସ୍ଥ ଅଛନ୍ତି ଧର୍ମେନ୍ଦ୍ର; ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଖବରକୁ ଗୁଜବ ବୋଲି କହିଲେ ପୁଅ ବବି ଦେଓଲ୍‌

Advertisment
ସୁସ୍ଥ ଅଛନ୍ତି ଧର୍ମେନ୍ଦ୍ର; ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଖବରକୁ ଗୁଜବ ବୋଲି କହିଲେ ପୁଅ ବବି ଦେଓଲ୍‌

Free Press Journal

ମୁମ୍ବାଇ: ସିନେ ଜଗତର ବରିଷ୍ଠ କଳାକାର ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି ଓ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏହି ଖବରକୁ ଗୁଜବ ବୋଲି କହିଛନ୍ତି ତାଙ୍କ ପୁଅ ବବି ଦେଓଲ। ଏପରି ବି କିଛି ଖବର ଦେଖିବାକୁ ମିଳିଥଲା ଯେ ଧର୍ମେନ୍ଦ୍ରଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ି ଯିବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏବେ ଏହି ଘଟଣା ପଛର ସତ୍ୟତା ସାମ୍ନାକୁ ଆସିଛି। ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲଙ୍କ ସହ ଯୋଗାଯୋଗ କରି ଜାଣିବାକୁ ପାଇଛି ଯେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ବାପାଙ୍କ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ଖବରକୁ ଅସ୍ବୀକାର କରିଛନ୍ତି ବବି। ସେ ତାଙ୍କ ବାପାଙ୍କ ପ୍ରତି ପ୍ରଶଂସକମାନଙ୍କ ଭଲପାଇବାକୁ ନେଇ ନିଜର କୃତଜ୍ଞତା ଜଣାଇବା ସହ ତାଙ୍କ ବାପା ଏବେ ସୁସ୍ଥ ଅଛନ୍ତି ଓ ନିଜ ଘରେ ଅଛନ୍ତି ବୋଲି ମତ ରଖିଛନ୍ତି।

ବବିଙ୍କ ମୁହଁରୁ ଧର୍ମେନ୍ଦ୍ର ସୁସ୍ଥ ଥିବା ଶୁଣିବା ପରେ ପ୍ରଶଂସକମାନେ ଆଶ୍ବସ୍ତ ହୋଇଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଗତ ମାସରେ ଖରାପ ରହିଥିଲା। ‘ଅପ୍‌ନେ୨’ ଫିଲ୍ମର ସୁଟିଂ ସମୟରେ ସେ ଅଚେତ ହୋଇ ପଡ଼ିଥିଲେ। ତାହା ପରେ ତାଙ୍କୁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଧର୍ମେନ୍ଦ୍ର ତାଙ୍କର ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe