ଏକ ବିଜ୍ଞାପନରେ ଦେଖିଥିବେ ନିଶ୍ଚୟ ‘ଡରକେ ଆଗେ ଜିତ୍ ହୈ’। କିନ୍ତୁ ଏହି ବଲିଉଡ୍ ଷ୍ଟାରମାନଙ୍କର ଥିବା ଡର ବିଷୟରେ ଜାଣି ଆପଣ ଡରିବା ଅପେକ୍ଷା ହସିବାକୁ ଲାଗିବେ। ବଲିଉଡ ଏହି ୫ ଜଣ କଳାକାରଙ୍କର କିଛି ଏମିତି ଜିନିଷ ପ୍ରତି ଡର ରହିଛି ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ। ଆସନ୍ତୁ ଜାଣିବା କାହାର କେଉଁ ଜିନିଷ ପ୍ରତି ଡର ରହିଛି।
/sambad/media/post_attachments/wp-content/uploads/2018/07/1530692978-Deepika_Padukone-300x225.jpg)
ଦୀପିକା ପାଦୁକୋନା: ପ୍ରଥମ କଥା ହେବା ବଲିଉଡ୍ର ‘ପଦ୍ମାବତୀ’ ଦୀପିକା ପାଦୁକୋନଙ୍କ ବିଷୟରେ। ଦୀପିକା ଚିନ୍ତାଗ୍ରସ୍ତ ହେବା କଥା ଭାବି ବହୁତ ଡରି ଯାଆନ୍ତି। ଜୀବନରେ ସେ କେବେ ବି ଯେପରି ଚିନ୍ତାଗ୍ରସ୍ତ ନ ହୁଅନ୍ତୁ ସେଥିପାଇଁ ସବୁବେଳେ ନକାରାତ୍ମକ ଜିନିଷଠାରୁ ନିଜକୁ ଦୂରେଇ ରଖନ୍ତି।
/sambad/media/post_attachments/wp-content/uploads/2018/07/download-22.jpg)
ରଣବୀର ପକୁର: ସାଧାରଣ ଭାବେ ଝିଅମାନେ ଅସରପା ଏବଂ ଝିଟିପିଟିକୁ ଡ଼ରିଥାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପରଦା ଉପରେ ହିରୋ ବନୁଥିବା ରଣବୀର କପୁର ଅସରପା ଏବଂ ଝିଟିପିଟି ଦେଖିଲେ ସେଠାରୁ ଉଭାନ ହୋଇଯାନ୍ତି।
/sambad/media/post_attachments/wp-content/uploads/2018/07/download-1-13-300x168.jpg)
ଆଲିଆ ଭଟ୍ଟ: ଅନ୍ଧାରରେ ଶୋଇବା ପାଇଁ ଡରନ୍ତି ‘ରାଜି’ର ଅଭିନେତ୍ରୀ ଆଲିଆ ଭଟ୍ଟ। ସେଥିପାଇଁ ଶୋଇବା ସମୟରେ ଘରର କବାଟ ଖୋଲା ରଖିବା ସହ ଲାଇଟ୍ ଲଗାଇ ରଖିଥାନ୍ତି ଆଲିଆ।
/sambad/media/post_attachments/wp-content/uploads/2018/07/Arjun-Kapoor-2172016-300x247.jpg)
ଅର୍ଜୁନ କପୁର୍: ସିଲିଙ୍ଗ ଫ୍ୟାନ୍କୁ ଡରନ୍ତି ବଲିଉର୍ ଗୁଣ୍ଡା ଅର୍ଜୁନ କପୁର, ଯାହା ପାଇଁ ତାଙ୍କ ରୁମ୍ରେ କୌଣସି ବି ସିଲିଙ୍ଗ ଫ୍ୟାନ୍ ରଖା ଯାଇ ନାହିଁ।
/sambad/media/post_attachments/wp-content/uploads/2018/07/e8ef683e-803e-11e8-8bd0-affd130bd192-300x169.jpg)
ସୋନମ କପୁର: ଏଲିଭେଟରେ ଯିବା ପାଇଁ ଡରନ୍ତି ସୋନମ କପୁର। ଯେଉଁଥିପାଇଁ ସେ ସପିଂ ମଲ ଗଲେ ସିଡ଼ି ଚଢ଼ି ଉପରକୁ ଯାଇଥାନ୍ତି।
Follow Us