କଥା ରଖି ବୃଦ୍ଧଙ୍କ ପାଖକୁ ଆସିଲେ ଅଭିନେତା; ‘ସୋନୁ ସୁଦ୍‌ ଖାଦ୍ୟ ଦୋକାନ’ରୁ ଖାଇଲେ ପାଓଭାଜି

Advertisment
କଥା ରଖି ବୃଦ୍ଧଙ୍କ ପାଖକୁ ଆସିଲେ ଅଭିନେତା; ‘ସୋନୁ ସୁଦ୍‌ ଖାଦ୍ୟ ଦୋକାନ’ରୁ ଖାଇଲେ ପାଓଭାଜି

www.aajtak.in

ମୁମ୍ବାଇ: ଟ୍ବିଟର୍‌ରେ ନିଜ ପ୍ରଶଂସକମାନଙ୍କୁ ଉତ୍ତର ଦେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ଆପଣଙ୍କ ମନେ ଥିବ ନିଶ୍ଚୟ ଯେ ୨୦୨୧ ମସିହା ଜାନୁଆରି ମାସରେ ବଳରାମ ସିଂହ ନାମକ ଜଣେ ବ୍ୟକ୍ତି ସୋନୁ ସୁଦ୍‌ଙ୍କ ନାମରେ ଏକ ଖାଦ୍ୟ ଦୋକାନ ଖୋଲିଥିଲେ। ସେହି ଦୋକାନର ଏକ ଭିଡିଓ ନେଇ ତାହାକୁ ଟ୍ବିଟର୍‌ରେ ପୋଷ୍ଟ୍‌ କରି ସୋନୁଙ୍କୁ ଟ୍ୟାଗ୍‌ କରିଥିଲେ ବିକାଶ କୁମାର ଗୁପ୍ତା।

ସେହି ଟ୍ବିଟ୍‌ରେ ବିକାଶ ଲେଖିଥିଲେ ଯେ ‘ସାର୍‌ ଖାଦ୍ୟ ଖାଇବାକୁ ଜୟପୁର କେବେ ଆସୁଛନ୍ତି? ବଳରାମ ସିଂହ ଶେଖାୱତ ଆପଣଙ୍କୁ ଅପେକ୍ଷା କରି ରହିଛନ୍ତି।’ ଏହି ଟ୍ବିଟର୍‌ର ଜବାବରେ ସୋନୁ ଲେଖିଥିଲେ, ‘ଦିନେ ନିଶ୍ଚୟ ଆସିବି ଭାଇ। ପାଓଭାଜିରେ ମଖନ ଟିକେ ଅଧିକ ପକାଇବ।’

ଏହାପରେ ବଳରାମ ସୋନୁଙ୍କ ଆସିବାକୁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଲେ। ଗତ ଶନିବାର ବଳାରମଙ୍କ ପାଖକୁ କଲ୍‌ ଆସିଲା କି ତାଙ୍କ ଦୋକାନକୁ ସୋନୁ ସୁଦ୍ ଆସୁଛନ୍ତି। ପ୍ରଥମେ ତ ସେ ବିଶ୍ବାସ କରିପାରିଲେ ନାହିଁ। ମାତ୍ର କିଛି ସମୟ ପରେ ସୋନୁ ସୁଦ୍‌ ସତରେ ଆସି ତାଙ୍କ ଦୋକାନରେ ପହଞ୍ଚି ଯାଇଥିଲେ। ସୋନୁଙ୍କ କହିବା ମୁତାବକ ପାଓଭାଜିରେ ଅଧିକ ମଖନ ଲଗାଇ ବଳରାମ ତାଙ୍କୁ ଖୁଆଇଛନ୍ତି ମଧ୍ୟ।

ସୋନୁ ବଳରାଙ୍କୁ ଭେଟିବା ସହ ତାଙ୍କ ସହ ଅନେକ କଥା ହୋଇଥିଲେ। ଖୁବ୍ ଶୀଘ୍ର ଏହି ଦୋକାନକୁ ପଞ୍ଚ ତାରକା ହୋଟେଲ୍‌‌ରେ ବଦଳାଇବାକୁ ଚେଷ୍ଟା କର ବୋଲି ପରାମର୍ଶ ବି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe