ସବୁଠାରୁ ଅଧିକ ପାରିଶ୍ରମିକ ନେଇଥାନ୍ତି ବଲିଉଡ୍‌ର ଏହି ୫ ନାୟିକା, ଜାଣନ୍ତୁ କାହା ପାରିଶ୍ରମିକ କେତେ?

Advertisment
ସବୁଠାରୁ ଅଧିକ ପାରିଶ୍ରମିକ ନେଇଥାନ୍ତି ବଲିଉଡ୍‌ର ଏହି ୫ ନାୟିକା, ଜାଣନ୍ତୁ କାହା ପାରିଶ୍ରମିକ କେତେ?

ବଲିଉଡରେ ଅଭିନେତ୍ରୀମାନଙ୍କ କ୍ୟାରିୟର୍‌ ଅଭିନେତାମାନଙ୍କ କ୍ୟାରିୟର୍‌ ତୁଳନାରେ ଦୁର୍ବଳ ହୋଇଥାଏ। ମାତ୍ର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡରେ ନିଜର ପ୍ରାଧାନ୍ୟ ବିସ୍ତାର କରି ସାରିଛନ୍ତି। ଆସନ୍ତୁ ଜାଣିବା ଏପରି କିଛି ବଲିଉଡ୍‌ ଅଭିନେତ୍ରିଙ୍କ ସଂପର୍କରେ। ଯାହାଙ୍କୁ ପାରିଶ୍ରମିକ ଦେବା ନିର୍ଦ୍ଦେଶକଙ୍କୁ ଭାରି ପଡ଼ିଥାଏ।

publive-image

ଦୀପିକା ପାଦୁକୋନ: ଏହି ତାଲିକାର ଶୀର୍ଷରେ ଅଛନ୍ତି ବଲିଉଡ୍‌ ଡିମ୍ପଲ୍‌ କୁଇନ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ। ଦୀପିକା ‘ଓମ ଶାନ୍ତି ଓମ’ ଜରିଆରେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ବଲିଉଡର ଅନ୍ୟ ଅଭିନେତ୍ରୀଙ୍କ ମଧ୍ୟରୁ ସବୁଠାରୁ ଅଧକ ଫିସ୍‌ ନେବା ତାଲିକାରେ ଦୀପିକା ଟପରେ ଅଛନ୍ତି। ସେ ପ୍ରତ୍ୟେକ ଫିଲ୍ମ ପାଇଁ ୧୦ ରୁ ୧୨ କୋଟି ପାରିଶ୍ରମିକ ନେଇଥାନ୍ତି।

publive-image

କଙ୍ଗନା ରଣାୱତ: ବଲିଉଡ କୁଇନ କଙ୍ଗନା ରଣାୱାତ ନିଜର ବେକାବୁ ଅନ୍ଦାଜ୍‌ ପାଇଁ ପରିଚିତ। ଏହା ସହିତ ନିଜ ଫିଲ୍ମ କ୍ୟାରିୟର ମଧ୍ୟରେ ସେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି। ତେବେ କଙ୍ଗନାଙ୍କ ଫିସ୍‌ ବିଷୟରେ କହିବାକୁ ଗଲେ ଗୋଟିଏ ଫିଲ୍ମ କଙ୍ଗନା ୧୧ କୋଟି ନେଇଥାନ୍ତି। କଙ୍ଗନା ବର୍ତ୍ତମାନ ନିଜର ଅପକମିଂ ଫିଲ୍ମ ‘ମଣିକର୍ଣ୍ଣିକା’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

publive-image

କରୀନା କପୁର ଖାନ୍‌: କରୀନା କପୁର ଖାନ୍‌ ନିଜ କ୍ୟାରିୟମ ମଧ୍ୟରେ ଅନେକ ହିଟ ଫିଲ୍ମରେ କାମ କରିଛନ୍ତି। ସେ ଫିଲ୍ମ ‘ରିଫ୍ୟୁଜି’ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ତେବେ କରୀନା ଗୋଟିଏ ଫିଲ୍ମ ପାଇଁ ୯ ରୁ ୧୦ କୋଟି ଚାର୍ଜ କରିଥାନ୍ତି।

publive-image

ପ୍ରିୟଙ୍କା ଚୋପ୍ରା: ପ୍ରିୟଙ୍କା କେବଳ ବଲିଉଡ ନୁହେଁ ହଲିଉଡରେ ମଧ୍ୟ ନିଜର ଜଲୱା ଦେଖାଇବାରେ ସଫଳ ହୋଇଛନ୍ତି। ତାଙ୍କର ଏହି ସଫଳ କ୍ୟାରିୟର କାରଣରୁ ଏବଂ ତାଙ୍କ ଡିମାଣ୍ଡ ବଲିଉଡରେ ଥିବାରୁ ସେ ଗୋଟିଏ ଫିଲ୍ମ ପାଇଁ ୯ କୋଟି ଚାର୍ଜ କରିଥାନ୍ତି।

publive-image

ବିଦ୍ୟା ବାଲନ: ଏହି ତାଲିକାରେ ଅଭିନେତ୍ରୀ ବିଦ୍ୟା ବଲନଙ୍କ ନାମ ମଧ୍ୟ ସାମିଲ ରହିଛି। ପରିଣିତାରୁ କ୍ୟାରିୟର ଆରମ୍ଭ କରିଥିବା ବିଦ୍ୟା ଗୋଟିଏ ଫିଲ୍ମ ପାଇଁ ୬ ରୁ ୭ କୋଟି ପାରିଶ୍ରମିକ ନେଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe